Home >
ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଡିଏସପି ଦେବିନ୍ଦର ବହିଷ୍କୃତ
Khabar Odisha:national-odisha-dsp-devinder-singh-sacked-from-services-of-jammu-and-kashmir-police
ଶ୍ରୀନଗର, ଜାନୁଆରୀ୧୫(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ସହିତ ଗିରଫ ଡିଏସପି ଦେବିନ୍ଦର ସିଂହଙ୍କୁ ରାଜ୍ୟ ପୋଲିସ ନିଜ ସେବାରୁ ବହିଷ୍କାର କରିଛି। ଦେବିନ୍ଦର ସିଂହଙ୍କ ବିରୋଧରେ ରୁଜୁ ସମସ୍ତ ମାମଲାର ତଦନ୍ତ ଏବେ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏହା ବ୍ୟତୀତ ଅଧିକାରୀ ଏହାର ଯାଞ୍ଚରେ ଜୁଟିଛନ୍ତି ଯେ, ଦେବିନ୍ଦର କେତେ ଦିନ ହେବ ଆତଙ୍କୀ ସଂଗଠନର ଯୋଗାଯୋଗରେ ଥିଲା। ମଙ୍ଗଳବାର  ହିଁ ଦେବିନ୍ଦରକୁ ସେବାରୁ ନିଲମ୍ବିତ କରାଯାଇଥିଲା।

କୁଲଗାମରୁ ଗିରଫ ଜାମ୍ମୁ-କାଶ୍ମୀରର ପୋଲିସ ଡିଏସପି ଦେବିନ୍ଦର ସିଂହଙ୍କୁ ଜେରା ସମୟରେ ଜଣା ପଡ଼ିଥିଲା ଯେ, ସେ ଦୀର୍ଘ ଦିନରୁ ଆତଙ୍କବାଦୀଙ୍କ ସଂପର୍କରେ ଥିଲା। ଏହା ସହିତ  ଖୁଲାସା ହୋଇଥିଲା ଯେ, ସେ ୨୦୧୮ରେ ମଧ୍ୟ ଆତଙ୍କବାଦୀଙ୍କୁ ନେଇ ଜାମ୍ମୁ ଆସିଥିଲା। କେବଳ ଏତିକି ନୁହେଁ ଆତଙ୍କବାଦୀକୁ ନିଜ ଘରେ ମଧ୍ୟ ସେ ଆଶ୍ରୟ ଦେଇଥିଲା। ଜାମ୍ମୁ-କାଶ୍ମୀର ପୋଲିସ ସଂପ୍ରତି ଦେବିନ୍ଦର ଓ ତାଙ୍କ ସହିତ ଧରା ପଡ଼ିଥିବା ଆତଙ୍କୀ ନଓ୍ଵିଦକୁ ଜେରା କରୁଛି। ଡିଏସପି ଦେବିନ୍ଦର ସିଂହଙ୍କ ସହ ଏହି ସବୁ ଆତଙ୍କବାଦୀଙ୍କ ସଂପର୍କ ଦୀର୍ଘ ଦିନରୁ ଥିଲା। ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ଦିଲ୍ଲୀ, ଚଣ୍ଡିଗଡ଼ ଓ ପଞ୍ଜାବରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। 

ଉଲ୍ଲେଖଯୋଗ୍ୟ, ଦେବିନ୍ଦରଙ୍କୁ  ଜାନୁଆରୀ ୧୩ରେ କୁଲଗାମ ଜିଲ୍ଲାରେ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥରେ ଏକ କାରରୁ ଗିରଫ କରାଯାଇଥିଲା। ସେ ହିଜବୁଲ କମାଣ୍ଡର ସଇଦ ନଓ୍ଵିଦ,  ରଫି ହାଇଦର ଓ ହିଜବୁଲର ଏକ ତୃଣମୂଳ କାର୍ଯ୍ୟକର୍ତ୍ତା ଇରଫାନ ମୀରକୁ ନେଇ ଜାମ୍ମୁ ଯାଉଥିଲା। 

ଅଧିକାରୀ କହିଛନ୍ତି ଯେ, ଡିଏସପି ଆତଙ୍କବାଦୀଙ୍କୁ ଘାଟିରୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରୁଥିଲା। କୁହାଯାଉଛି ଯେ, ଡିଏସପିର ସାହାଯ୍ୟରେ ଆତଙ୍କବାଦୀ ଦିଲ୍ଲୀ ଆସିବାକୁ ଯୋଜନା କରୁଥିଲେ। ଅନ୍ୟପଟେ ଡିଏସପିର ଘରେ ଚଢ଼ାଉ ବେଳେ ୫ ଗ୍ରେନେଡ ଓ ୩ ଏକେ-୪୭ ଜବତ  ହୋଇଛି। ଡିଏସପିକୁ ଆତଙ୍କବାଦୀଙ୍କ ସହ ଗିରଫ କରିବା ନେଇ ଚାଲିଥିବା ମିଶନର ନେତୃତ୍ଵ ଦକ୍ଷିଣ କାଶ୍ମୀରର ଡିଆଇଜି ଅତୁଲ ଗୋଏଲ ନେଇଥିଲେ।

Subscribe

National International State Sports Entertainment