Home >
ଅଯୋଧ୍ୟା: ମାର୍ଚ୍ଚ ୨୫ ରୁ ଏପ୍ରିଲ ୨ ମଧ୍ୟରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ
Khabar Odisha:national-odisha-ayodhya-ram-mandir-trust-mahant-nritya-gopal-das-vhp-champat-rai-ministry-of-home-affairs
ଅଯୋଧ୍ୟା, ଜାନୁଆରୀ୧୫(ଖବର ଓଡ଼ିଶା):

ଦଶନ୍ଧିର ବହୁ ପୁରାତନ ଏବଂ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ଗତ ନଭେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଐତିହାସିକ ରାୟ ଦେଇଥିଲେ। ସୁପ୍ରିମକୋର୍ଟ ତିନି ମାସ ଭିତରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିବାକୁ କହିଥିଲେ। ଏହି ଅବଧି ଫେବୃଆରୀ ୧୦ରେ ସମାପ୍ତ ହେବାକୁ ଯାଉଛି। ଟ୍ରଷ୍ଟ ଗଠନ ପାଇଁ ସରକାରଙ୍କ ପାଖରେ ଫେବୃଆରୀ ୮ ପର୍ଯ୍ୟନ୍ତ ସମୟ ରହିଛି। ମାତ୍ର ସୂତ୍ର ଅନୁଯାୟୀ ଟ୍ରଷ୍ଟରେ କିଏ କିଏ ସଦସ୍ୟ ରହିବେ, ଏହାକୁ ନେଇ ନିଷ୍ପତ୍ତି ଆପାତଃ ନିଆଯିବା ସରିଛି ଏବଂ ଏହାର ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର ହୋଇପାରେ।

ସୂତ୍ର ମୁତାବକ, ହିନ୍ଦୁ କ୍ୟାଲେଣ୍ଡର ବର୍ଷ ଅନୁସାରେ ପ୍ରତିପଦା ଅର୍ଥାତ ଚୈତ୍ର ନବରାତ୍ର ସମୟରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ମଧ୍ୟରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ। ରାମ ମନ୍ଦିର ନିର୍ମାଣ ସେହି ନକ୍ସା ଅନୁରୂପ ହେବ ଯାହା ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ଦ୍ଵାରା ପ୍ରସ୍ତୁତ କରାଯାଇଛି। ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ଅଦ୍ୟାବଧି ଯେଉଁ ନିର୍ମାଣ କାର୍ଯ୍ୟ କରିଛି, ଏହାର ସବୁ ଉପଯୋଗ ମନ୍ଦିର ନିର୍ମାଣରେ କରାଯିବ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନର ଆଦେଶ ଦେବା ପରଠୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ନ୍ୟାସର ନକ୍ସାକୁ କାଳେ ନୂତନ ଟ୍ରଷ୍ଟ ଖାରଜ କରି ଦେବ।

Subscribe

National International State Sports Entertainment