Home >
କିଏ ଏହି ରାମଲଲା ବିରାଜମାନ, ଯାହାଙ୍କୁ ସର୍ବୋଚ୍ଚ ଅଦାଲତ ମାନିଲେ ବିବାଦୀୟ ଜମିର ପ୍ରକୃତ ମାଲିକ
Khabar Odisha:national-odisha-ayodhya-case-verdict-updates-ram-mandir-faisla-ramlala-ram-janmabhoomi-nyas-babri-masjid
ନୂଆଦିଲ୍ଲୀ, ନଭେମ୍ବର ୦୯(ଖବର ଓଡ଼ିଶା):

ଶହ ଶହ ବର୍ଷ ଧରି ଚାଲି ଆସିଥିବା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ଶନିବାର ସର୍ବୋଚ୍ଚ ଅଦାଲତ ଐତିହାସିକ ରାୟ ଦେଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାମଲଲା ସପକ୍ଷରେ ରାୟ ଶୁଣାଇଛି। ଏହା ସହିତ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସରକାରଙ୍କୁ ଏକ ନୂତନ ଟ୍ରଷ୍ଟ ଗଠନ କରିବାକୁ ଆଦେଶ ଦେଇଛନ୍ତି ଯାହାଙ୍କୁ ରାମ ମନ୍ଦିର ନିର୍ମାଣର ଦାୟିତ୍ଵ ଦିଆଯିବ।

କିଏ ଏହି ରାମଲଲା

ଉଚ୍ଚତମ ଅଦାଲତ ରାମଲଲାଙ୍କୁ ହିଁ ବିବାଦୀୟ ଜମିର ପ୍ରକୃତ ଉତ୍ତରାଧିକାରୀ ମାନିଛନ୍ତି। ଉଲ୍ଲେଖଯୋଗ୍ୟ, ରାମଲଲା ନା କୌଣସି ସଂସ୍ଥା ଏବଂ ନା କୌଣସି ଟ୍ରଷ୍ଟ, ଏଠାରେ ସ୍ଵଂୟ ରାମଙ୍କ ବାଲ୍ୟବସ୍ଥାର ସ୍ଵରୂପକୁ ନେଇ  ରାୟ ହେଉଛି। ଅର୍ଥାତ ସୁପ୍ରିମକୋର୍ଟ ରାମଲଲାଙ୍କୁ ଆଇନ ସମ୍ମତ ସ୍ଵୀକାର କରି ଜମିର ମାଲିକାନା ହକ ପ୍ରଦାନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ୧୯୪୯ ଡିସେମ୍ବର ୨୨/୨୩ର ରାତିରେ ମସଜିଦ ଭିତର ଭାଗରେ ରାମଲଲା ମୂର୍ତ୍ତି ରଖାଯାଇଥିଲା। ଡିସେମ୍ବର ୨୩ ସକାଳେ ବାବ୍ରି ମସଜିଦର ମୁଖ୍ୟ ଗମ୍ବୁଜର ଠିକ୍ ତଳେ ଥିବା ଗୃହରେ ମୂର୍ତ୍ତି ପ୍ରକଟ  ହୋଇଥିଲେ, ଯାହା ଅନେକ ଦଶନ୍ଧି କିମ୍ବା ଶତାଧିକ ବର୍ଷରୁ ରାମଲଲା ରାମ ଚବୁତରାରେ ବିରାଜମାନ ଥିଲେ। ଯାହାଙ୍କ ଲାଗି ସେଠାରେ ସୀତା ରୋଷେଇରେ ଭୋଗ ପ୍ରସ୍ତୁତ ହେଉଥିଲା। ରାମ ଚବୁତରା ଓ ସୀତା ରୋଷୋଇ ନିର୍ମୋହୀ ଆଖଡ଼ାର ନିୟନ୍ତ୍ରଣରେ ଥିଲା। ସେହି ଆଖଡ଼ାର ସାଧୁ-ସନ୍ନ୍ୟାସୀ ସେଠାରେ ପୂଜାପାଠ ଆଦି କରୁଥିଲେ। 

ଡିସେମ୍ବର ୨୩ରେ ପୋଲିସ ମସଜିଦରେ ମୁର୍ତ୍ତି ରଖିବାର ମୋକଦ୍ଦମା ରୁଜୁ କରିଥିଲା, ଯାହା ଆଧାରରେ ୧୯୪୯ ଡିସେମ୍ବର ୨୯ରେ ମସଜିଦକୁ ଜବତ କରି ସେଠାରେ ତାଲା ଲଗାଇ ଦିଆଯାଇଥିଲା। କୋର୍ଟ ତତ୍କାଳୀନ ନଗରପାଳିକା ଅଧ୍ୟକ୍ଷ ପ୍ରିୟ ଦତ୍ତ ରାମଙ୍କୁ ମସଜିଦର ରକ୍ଷଣାବେକ୍ଷଣ ଲାଗି ନିଯୁକ୍ତ କରିଥିଲେ ଏବଂ ତାଙ୍କୁ ମୂର୍ତ୍ତିର ପୂଜା ଦାୟିତ୍ଵ ଦେଇଥିଲେ। 

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମାହ ରାଓ ନିଜର ପୁସ୍ତକ ‘ଅଯୋଧ୍ୟା: ୧୯୯୨ ଡିସେମ୍ବର ୬’ରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। କିନ୍ତୁ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥଳ ରାମ ଜନ୍ମଭୂମି ବୋଲି କହିଥିଲେ। ହାଇକୋର୍ଟ ୨.୭୭ ଏକରର  ଜମିକୁ ସୁନ୍ନି ଓ୍ଵାକଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲଲା ମଧ୍ୟରେ ସମାନ ଭାବେ ଜମି ବାଣ୍ଟିବାକୁ ଆଦେଶ ଦେଇଥିଲେ। ହାଇକୋର୍ଟର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହାର ରାୟ ଶନିବାର ପ୍ରକାଶ ପାଇଛି।

Subscribe

National International State Sports Entertainment