ଆସନ୍ତା ୨୯ ତାରିଖ ଦିନ ଠାରୁ ମା ମୂତ୍ୟାଲୁମାଙ୍କ ନବଦିନ ବ୍ୟାପି ଘଟଯାତ୍ରା ହେବାକୁ ଥିବା ବେଳେ ଟାଉନ ପୂଜା ମଣ୍ଡପ ଠାରେ ଏହାର ଶୁଭ ଖୁଣ୍ଟି ପଡ଼ିଥିଲା। ମା'ଙ୍କ ଆଗମନ ନିମନ୍ତେ ସମସ୍ତ ରୀତିନୀତିରେ ପୁଜାର୍ଜନା ମଧ୍ୟ କରାଯାଇଥିଲା। ଗୋପୀ ମୂର୍ତ୍ତୀ, ଏମ ଶାରଦା ରାଓ ଏବଂ ଜଗା ରାଓ କର୍ତ୍ତା ଭାବେ ଦାୟିତ୍ୱ ପରିଚାଳନା କରିଥିଲେ।
ଚଳିତ ବର୍ଷ ଟାଉନ ପୂଜା କମିଟି ଦ୍ବାରା ନବଦିନ ବ୍ୟାପି ଘଟଯାତ୍ରା ପରିଚାଳନା କରାଯାଉଥିବା ଯୁଗ୍ମ ସମ୍ପାଦକ ବି.ମାଲେଶ୍ୱର ରାଓ କହିଛନ୍ତି ।ଯାତ୍ରା ୨୯ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୭ ତାରିଖ ଦିନ ଶେଷ ହେବ ବୋଲି ସେ କହିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଁ ଙ୍କ ଘଟଯାତ୍ରା ସହର ପରିକ୍ରମା କରିବ। ଏପରିକି ରାତ୍ରୀରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯିବ। ତେବେ ଏହି ଶୁଭ ଖୁଣ୍ଟି ପଡ଼ିବା ବେଳେ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ମା'ଙ୍କର ଆରାଧନା କରିଥିଲେ।