Home >
ଅମାନିଆଙ୍କୁ ସାବାଡ଼ କଲା ଭଦ୍ରକ ପୋଲିସ, ବାଇକକୁ ୨ହଜାର ଓ ୪ଚକିଆଠୁ ୫ହଜାର ଆଦାୟ ହେବ ଜରିମାନା
Khabar Odisha:lock-down-negligence-in-Bhadrak-bike-seized
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

 ଭଦ୍ରକ ସହରରେ ଆହୁରି କଡ଼ାକଡ଼ି ହେଲା ଲକ୍ ଡ଼ାଉନ କଟକଣା । ଅମାନିଆଙ୍କୁ ସାବାଡ଼୍ କଲା ପୋଲିସ । ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କଲା ପୋଲିସ । ଜବତ ବାଇକ ଚାଳକଙ୍କ ନିକଟରୁ ୨ ହଜାର ଟଙ୍କା, ଚାରି ଚକିଆ ଯାନ ଚାଳକଙ୍କ ନିକଟରୁ ୫ ହଜାର ଟଙ୍କା ଫାଇନ ଆଦାୟ ହେବ ।
 ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୪୮ ଘଣ୍ଟିଆ ସଟ୍ ଡାଉନ କରାଯାଇଥିଲା । ଏହାପରେ ସଟ୍ ଡାଉନ ଅବଧି ସରିବା ପରେ ପୁଣି ଲକ୍ ଡାଉଡ଼ କଟକଣା ଜାରି ରହିଛି । ତେବେ ଏହାକୁ କିଛି ବ୍ୟକ୍ତି ଫୁ କରି ଦେଇଛନ୍ତି । ବିନା କାରଣରେ ବାଇକ ଧରି ବାହାରେ ବୁଲୁଛନ୍ତି । ଲୋକଙ୍କ ବେଖାତିରି ଦେଖି ସ୍ଥାନୀୟ ପ୍ରଶାସନ କଠୋର ହୋଇଛି । ଗତକାଲି ନିୟମ ଉଲଘଂନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ପୋଲିସ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତଥାପି ଆଜି ସକାଳୁ ସକାଳୁ ଅମାନିଆ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ବାଧ୍ୟ ହୋଇ ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କରିଛି । ସେମାନଙ୍କ ଠାରୁ  ଜରିମାନା ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

  • Tags:

Subscribe

National International State Sports Entertainment