ସୁନୀଲ ନାରୀନ କୋଲକାତା ପାଇଁ ଏକ ଗେମ ଚେଞ୍ଜର ପାଲଟିଛନ୍ତି । ପ୍ରତିଟି ମ୍ୟାଚରେ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରିବା ସହ କୋଲକାତାକୁ ମ୍ୟାଚ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଗତ ସନ୍ଧ୍ୟାରେ ମଧ୍ୟ ସୁନୀଲ ନାରୀନ ୩୯ ବଲରେ ୮୧ ରନ ସଂଗ୍ରହ କରିଥିଲେ । ଯାହାଫଳରେ କୋଲକାତା ୨୦ ଓଭରରେ ୬ ୱିକେଟ୍ ହରାଇ ୨୩୫ ରନ ସଂଗ୍ରହ କରିଥିଲେ । ଏହା ସହ କୋଲକାତା ୯୮ ରନରେ ମ୍ୟାଚ ଜିତି ପଏଣ୍ଟସ ଟେବୁଲର ଶୀର୍ଷରେ ପହଞ୍ଚିଛି ।
କୋଲକାତା ପକ୍ଷରୁ ନାରୀନ ୮୨, ସଲ୍ଟ ୩୨, ରଘୁବଂଶୀ ୩୨, ରମନଦୀପ ୨୫, ଶ୍ରେୟସ ଆୟର ୨୩, ରିଙ୍କୁ ସିଂ ୧୬ ଏବଂ ରସେଲ ୧୨ ରନ ସଂଗ୍ରହ କରିଥିଲେ । ଲକ୍ଷ୍ନୌର ନବୀନ ଉଲ ହକ ୩ ଟି ୱିକେଟ୍ ନେଇଥିଲାବେଳେ ୟଶ ଠାକୁର, ରବି ବିଷ୍ଣୋଇ ଓ ଯୁଧବିର ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ଲକ୍ଷ୍ନୌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ରସେଲ ୨ ଟି ଓ ମିଚିଲ ଷ୍ଟାର୍କ ଗୋଟିଏ , ସୁନୀଲ ନାରୀନ ଗୋଟିଏ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ବିଜୟ ସହ ପଏଣ୍ଟସ ଟେବୁଲର ୩ ୟ ସ୍ଥାନରେ ଚେନ୍ନାଇ