Home >
ସୁଧୁରିଲାନି ଚୀନ, ମିଳିତ ଜାତିସଂଘରେ ପୁଣି ଥରେ ଉଠାଇବ କାଶ୍ମୀର ପ୍ରସଙ୍ଗ
Khabar Odisha:international-odisha-china-makes-fresh-bid-to-raise-kashmir-issue-in-unsc
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

 କାଶ୍ମୀର ପ୍ରସଙ୍ଗରେ ଗତ ମାସରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଦ୍ଧ ଦ୍ଵାର ବୈଠକ ଉଦ୍ୟମ ବିଫଳ ହେବା ପରେ ଚୀନ ବୁଧବାର ପୁଣି ଥରେ ଏହାକୁ ନେଇ ପ୍ରଳାପ କରିଛି। କିନ୍ତୁ ଚୀନର ହୀନ ପ୍ରୟାସ ବିଫଳ ହେବାକୁ ଯାଉଛି, କାରଣ ସୁରକ୍ଷା ପରିଷଦର ବାକି ସଦସ୍ୟ ଏହାର ବିରୋଧ କରୁଛନ୍ତି। ଗତ ବର୍ଷ ମଧ୍ୟ ଚୀନର ପ୍ରୟାସରେ କାଶ୍ମୀର ପ୍ରସଙ୍ଗରେ ସୁରକ୍ଷା ପରିଷଦର ରୁଦ୍ଧ ଦ୍ଵାର ବୈଠକ  ହୋଇଥିଲା। ଏଥିରେ ଚୀନ ଏକ ଘରିଆ  ହୋଇ ଯାଇଥିଲା। ଏହି ରୁଦ୍ଧ ଦ୍ଵାର ବୈଠକ ସଂପୂର୍ଣ୍ଣ ଭାବେ ଅନୌପଚାରିକ ହୋଇଥାଏ, ଯାହାର କୌଣସି ରେକର୍ଡ ରଖାଯାଏ ନାହିଁ କି ତଥ୍ୟ ପ୍ରସ୍ତୁତ କରାଯାଏ ନାହିଁ। 

ଫ୍ରାନ୍ସର ରାଜଦୂତଙ୍କ ସୂତ୍ର ଅନୁଯାୟୀ, ଫ୍ରାନ୍ସକୁ ୟୁଏନଏସସିର ଜଣେ ସଦସ୍ୟଙ୍କ ପକ୍ଷରୁ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଅନୁରୋଧ ପତ୍ର ମିଳିଛି। ମାତ୍ର ଗତ ଥର ପରି ଏଥର ମଧ୍ୟ ଫ୍ରାନ୍ସ ଏହାର ବିରୋଧ କରିବ। ଉଲ୍ଲେଖନୀୟ ୟୁଏନଏସସି ଏକ ଆଫ୍ରିକନ ଦେଶ ସମ୍ବନ୍ଧିତ ପ୍ରସଙ୍ଗରେ ଆଲୋଚନା ପାଇଁ ରୁଦ୍ଧ ଦ୍ଵାର ବୈଠକ ଡକାଇଛି। ଏହା ପରେ ଚୀନ ଅନ୍ୟ ବିଷୟ ଏଜେଣ୍ଡା ଆଧାରରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁରୋଧ କରିଛି। 

ସୂତ୍ର ଅନୁଯାୟୀ ହସ୍ତଗତ ସୂଚନା ଅନୁସାରେ, ଫ୍ରାନ୍ସ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିବ ନାହିଁ। ଫ୍ରାନ୍ସ ସଂପୂର୍ଣ୍ଣ ଭାବେ ସ୍ପଷ୍ଟ କରି ସାରିଛି ଯେ, କାଶ୍ମୀର ପ୍ରସଙ୍ଗ ଦ୍ଵିପାକ୍ଷିକ ଆଲୋଚନା ଜରିଆରେ ସମାଧାନ ହେବା ଉଚିତ୍। ଫ୍ରାନ୍ସ ମଧ୍ୟ ଅନେକ ମଞ୍ଚରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଆସିଛି। ସୁରକ୍ଷା ପରିଷଦରେ ମଧ୍ୟ ନିଜର ଏହି ଆଭମୁଖ୍ୟକୁ ଦୋହରାଇ ଆସିଛି। ଗତ ମାସରେ ମଧ୍ୟ ଫ୍ରାନ୍ସ, ଆମେରିକା, ବ୍ରିଟେନ ଓ ରୁଷ  ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ହୋଇଥିବା ରୁଦ୍ଧ ଦ୍ଵାର ବୈଠକରେ ଚୀନର ପ୍ରୟାସକୁ ବିଫଳ କରିଥିଲେ। ଚୀନ ଜାମ୍ମୁ-କାଶ୍ମୀରର ପୁନର୍ଗଠନକୁ ବିରୋଧ କରୁଛି।

Subscribe

National International State Sports Entertainment