Home >
ସିଲ ହେଲା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅଫିସ, କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ
Khabar Odisha:iB-Office-seal-for-14-days
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

୧୪ ଦିନ ପାଇଁ  ସିଲ ହେଲା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅଫିସ । କରୋନା ସଂକ୍ରମଣ ଆଶଙ୍କାରେ ସମସ୍ତ କର୍ମଚାରୀ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରମର୍ଶ ।
ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସର  ଜଣେ  କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେକେ ସଂକ୍ରମଣ ରୋକିବାକୁ କେନ୍ଦ୍ରୀୟ ଗୁଇନ୍ଦା ଅଫିସକୁ  ସମ୍ପୂର୍ଣ୍ଣ ଭାବେ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି।   କରୋନା ସଂକ୍ରମଣ  ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ  ଅଫିସର ଅନ୍ୟ  ସମସ୍ତ କର୍ମଚାରୀଙ୍କୁ ମଧ୍ୟ  ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।  ଅଫିସକୁ ସିଲ କରି ଦିଆଯାଇଥିବା ବେଳେ ସମସ୍ତଙ୍କ  ସ୍ୱାବ୍ ନମୂନା ସଂଗ୍ରହ କରାଯିବ ।

  • Tags:

Subscribe

National International State Sports Entertainment