ନୂଆପଡା ଉପ ନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର। ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ। ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲୋକଙ୍କୁ ନେବା ଆଣିବା ପାଇଁ ହେଲିକପ୍ଟର ବ୍ୟବହାର ହେବ। ସେହିପରି ୧୪ କମ୍ପାନୀ CAPF ମଧ୍ୟ ଉପନିର୍ବାଚନ ପାଇଁ ଆସିବେ ବୋଲି CEO ସୂଚନା ଦେଇଛନ୍ତି। ଏଥର ୫୬ଟି ନୂଆ ବୁଥ୍ ହୋଇଛି। ନିର୍ବାଚନ ବେଳେ ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ।
ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀ ଚୟନରେ ଦିନ ଗଡି ଚାଲିଥିବାବେଳେ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ଓ ବିଜେପିରେ ପ୍ରାର୍ଥୀ ଚୟନରେ କନ୍ଦଳ ଲାଗି ରହିଥିବାବେଳେ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛି।
ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଜିଲାରେ ୭୦ ପ୍ରତିଶତ ଆସିବାସୀ ଶ୍ରେଣୀର ଲୋକ ବାସ କରୁଥିବା ବେଳେ ୧ ଲକ୍ଷ ୫ ହଜାର ଭୋଟ ରହିଛି। ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଖଣ୍ଡ ଭୋଟ ରହିଥିବା ବେଳେ ୬୦ ପ୍ରତିଶତ ଆଦିବାସୀ ଭୋଟ ରହିଛି।