ମୁମ୍ବାଇ: ଗ୍ୟାଙ୍ଗଷ୍ଟାର୍ ଏବଂ ବଲିଉଡ୍ ମଧ୍ୟରେ ସବୁବେଳେ ଛକା ପଞ୍ଝା ଲାଗି ରହିଥାଏ । ସଲମାନ ଖାନଙ୍କ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟର୍ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ । ଉତ୍ତର ପ୍ରଦେଶରେ ଥିବା ଦିଶା ପଟାନୀଙ୍କ ପୈତୃକ ଘର ଉପରକୁ ଗୁଳି ଚାଳନା ହୋଇଛି । ଏଥିପାଇଁ ରୋହିତ ଗୋଦରା ଏବଂ ଗୋଲ୍ଡି ବ୍ରାର୍ ନିଜକୁ ଦାୟୀ କରିଛନ୍ତି । ଏହା ଏକ ଟ୍ରେଲର୍ ଥିଲା ବୋଲି କହିଛନ୍ତି ।
ଦିଶାଙ୍କ ବରେଲୀ ବାସଭବନରେ ତାଙ୍କ ପିତା ଜଗଦୀଶ ପଟାନୀ ରୁହନ୍ତି । ଶୁକ୍ରବାର ଦୁଇଟି ମୋଟର ବାଇକରେ ପ୍ରାୟ ପାଞ୍ଚ ଜଣ ଆସି ତାଙ୍କ ଘର ଉପରକୁ ଗୁଳି ଚାଳନା କରିଥିଲେ । ଏହା ପରେ ଜଗଦୀଶ ପଟାନୀ ବରେଲି ପୋଲିସକୁ ଖବର ଦେଇଥିଲେ । ଦିଶାଙ୍କ ଘରେ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେପଟେ ରୋହିତ ଗୋଦରା ଏବଂ ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗଷ୍ଟାର୍ ଦଳ ନିଜକୁ ଦାୟୀ କରିଛନ୍ତି । ବୀରେନ୍ଦ୍ର ଚରଣ ନାମରେ ଦଳର ଜଣେ ସଦସ୍ୟ ସୋସିଆଲ୍ ମିଡିଆରେ କହିଛି ଯେ ସେ ଆମ ଧର୍ମକୁ ଅପମାନିତ କରିଥିଲେ। ଆଉ ଏହି ଫାଇରି ଏକ ‘ଟ୍ରେଲର୍’ ଥିଲା । ଆଉ ଚେତାବନୀ ଦେଇଛନ୍ତି, ପରବର୍ତ୍ତୀ ସମୟରେ ଯଦି ସେ ଆମ ଧର୍ମକୁ ଅସମ୍ମାନିତ କରନ୍ତି, ଆମେ ତାଙ୍କୁ ତାଙ୍କ ଘରେ ବଞ୍ଚିବାକୁ ଦେବୁ ନାହିଁ ।
କେବଳ ଦିଶାଙ୍କ ପାଇଁ ଏହି ଚେତାବନୀ ନୁହେଁ ବରଂ ପୁରା ବଲିଉଡ୍ କଳାକାର ଏବଂ ଦିଶାଙ୍କ ସହିତ ସମ୍ପର୍କୀୟଙ୍କୁ ଦିଆଯାଇଛି । ଯଦି ଭବିଷ୍ୟତରେ ଧର୍ମକୁ ଅପମାନିତ କରାଯାଏ କିମ୍ବା କୌଣସି ସାଧୁଙ୍କୁ ଅପମାନିତ କରାଯାଏ ତେବେ ତାହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇ ରହିଥିବ । ଆମେ ଆମ ଧର୍ମକୁ ରକ୍ଷା କରିବାକୁ କୌଣସି ସ୍ତରକୁ ମଧ୍ୟ ଯାଇ ପାରୁ । ଆମ ଧର୍ମ ଏବଂ ସମାଜକୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ।
ପୋଲିସର କହିବା ଅନୁଯାୟୀ, ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି। ଭୋର ପ୍ରାୟ ୪ଟା ୩୦ ସମୟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି ।
ପୋଲିସର କହିବା ଅନୁଯାୟୀ, ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ । ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି।
ଦିଶାଙ୍କ ଭଉଣୀ ଖୁସୁବୁ ପଟାନୀ ପ୍ରେମାନନ୍ଦ ମହାରାଜଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଥିଲେ । ପ୍ରେମାନନ୍ଦ ମହାରାଜା ଲିଭ୍ ଇନ୍ ରିଲେସନସିପ୍ କୁ ନେଇ ମନ୍ତବ୍ୟ ଦେଇଥିଲେ ।