Home >
“ଗଙ୍ଗୁବାଈ କାଠିଆୱାଡି”ର ଫାଷ୍ଟ ଲୁକ୍ ଭାଇରାଲ୍
Khabar Odisha:entertainment-odisha-gangubai-kathiyawadi-alia-bhatt-look-viral
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା) :

ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଈ କାଠିଆୱାଡିର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଆଲିଆ ଭଟ୍ଟଙ୍କୁ ଏହି ଲୁକରେ ଦେଖିବା ପରେ ଦର୍ଶକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି। ଆଲିଆ ମଧ୍ୟ ଏହି ଫିଲ୍ମରେ ତାଙ୍କ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ପ୍ରଥମ ପୋଷ୍ଟରରେ ଆଲିଆ ଏକ ଟେବୁଲ ପାଖରେ ବସିଥିବା ନଜର ଆସୁଛନ୍ତି। ଦ୍ଵିତୀୟ ପୋଷ୍ଟରରେ ଆଲିଆ କଳା ଧଳା ରଙ୍ଗରେ ହଟକା ଦେଖାଯାଉଛନ୍ତି। ସେ ମୁଣ୍ଡରେ ଏକ ବଡ଼ ବିନ୍ଦି ଲଗାଇଛନ୍ତି। ଆଲିଆଙ୍କ ଆଖିରେ ଏକ ଗଜବ ଆତ୍ମବିଶ୍ଵାସ ରହିଛି। ଏହି ଫିଲ୍ମ ସେପ୍ଟେମ୍ଵର ୧୧ରେ ରିଲିଜ୍ ହେବାକୁ ଯାଉଛି। 

ଏହି ଫିଲ୍ମରେ ଆଲିଆ ଜଣେ ଆଗ୍ରେସିଭ୍ ଅଭିନେତ୍ରୀ ଭୂମିକାରେ ଅଛନ୍ତି। ତେବେ ଆଲିଆ ପ୍ରଥମ ଥର ପାଇଁ ଭଂସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଭଂସାଲୀ ଆଲିଆ ଭଟ୍ଟ ଓ ସଲମାନଙ୍କୁ ନେଇ ଇନଶଆଲହା କରିବାକୁ ଯୋଜନା କରୁଥିଲେ। କିନ୍ତୁ ସଲମାନ ପଛକୁ ହଟି ଯାଇଥିଲେ। 

ଫିଲ୍ମ ଗଙ୍ଗୁବାଈ ମାଫିଆ କ୍ଵିନ୍ସ ଅଫ୍ ମୁମ୍ଵାଇ ଉପରେ ଆଧାରିତ। ସେ ଅନ୍ୟ ଝିଅମାନଙ୍କ ଭଳି ସେକ୍ସ୍ ଟ୍ରାଫିକିଂର ଶୀକାର ହୋଇଛନ୍ତି। ସେ ଗୁଜୁରାଟର କାଠିଆୱାଡରେ ରୁହନ୍ତି। ଏଥିପାଇଁ ଫିଲ୍ମର ନାମ “ଗଙ୍ଗୁବାଈ କାଠିଆୱାଡ଼ି” ରଖାଯାଇଛି। ତାଙ୍କୁ କମ୍ ବୟସରେ ବେଶ୍ୟାବୃତ୍ତି କରିବା ପାଇଁ ବିବଶ କରାଯାଇଥିଲା। ପରେ ବହୁ କୁଖ୍ୟାତ ଅପରାଧୀ ତାଙ୍କର ଗ୍ରାହକ ହୋଇଥିଲେ। ସେ ମୁମ୍ବାଇର କମାଠୀପୁରା ଅଞ୍ଚଳରେ ଏକ କୋଠା ଚଳାନ୍ତି।

Subscribe

National International State Sports Entertainment