Home >
ବ୍ରହ୍ମପୁର ଜୁଭେନାଇଲ ହୋମରେ ବ୍ୟାପିଲା କରୋନା, ୪୫ ଅନ୍ତେବାସୀ କରୋନା ପଜେଟିଭ ଚିହ୍ନଟ
Khabar Odisha:carona-spreads-at-Juvenile-Home-in-Berhampur-45-inmates-positive
ଭୁବନେଶ୍ୱର, ଅଗଷ୍ଟ ୦୧ (ଖବର ଓଡ଼ିଶା):

ବ୍ରହ୍ମପୁରର ସ୍ବତନ୍ତ୍ର ଆବାସ ଗୃହରେ ବ୍ୟାପିଲା କରୋନା । ଏହି ଜୁଭେନାଇଲ ହୋମ୍‌ରେ ଥିବା ୪୫ ଜଣ ବାଳ ଅପରାଧି କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ବ୍ୟାପକ ସୁରକ୍ଷା ମଧ୍ୟରେ ରହୁଥିବା ସତ୍ତ୍ୱେ ଏଠାରେ ସଂକ୍ରମଣ କିପରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବର୍ତ୍ତମାନ ଏଠାରେ ୧୦୦ ଜଣ ନାବାଳକ ରହୁଛନ୍ତି । ହେଲେ ସେମାନଙ୍କ ଭିତରୁ କିଛି ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ସେଥିରୁ ୭୨ ଜଣକ ସ୍ବାବ ଟେଷ୍ଟ ଶୁକ୍ରବାର କରାଯାଇଥିଲା । ସେଥିରୁ ୪୫ ଜଣଙ୍କ ପଜିଟିଭ ଆସିଥିବା ବ୍ରହ୍ମପୁର ମହାନଗର କମିଶନର (ବିଏମ୍‌ସି )ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ପଠାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆବାସ ଗୃହର ଅଧିକ୍ଷକ ପି.କେ ହାରା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ଅନ୍ତେବାସୀଙ୍କୁ ଏବେ ସ୍ବତନ୍ତ୍ର ଭାବେ ରଖାଯାଇ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି। 

  • Tags:

Subscribe

National International State Sports Entertainment