Home >
64 ବର୍ଷ ବୟସରେ ରାଜ୍ୟସଭା ସାଂସଦ ଅମର ସିଂ ଙ୍କ ପରଲୋକ
Khabar Odisha:amar-singh-passed-away-undergoing-treatment-in-singapore
ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ । 64 ବର୍ଷ ବୟସରେ ଏହି ପୂର୍ବତନ ସମାଜବାଦି ପାର୍ଟି (ଏସପି) ସାଧାରଣ ସମ୍ପାଦକ ଅମର ସିଂ କିଡନୀ ରୋଗରେ ପୀଡିତ ଥିଲେ ଏବଂ ସିଙ୍ଗାପୁରରେ କିଛି ମାସ ଧରି ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । ଅମର ସିଂ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସହ ଅତି ନିକଟତର ଥିଲେ । ସେ 27 ଜାନୁଆରୀ 1956 ରେ ଉତ୍ତରପ୍ରଦେଶର ଆଲିଗଡରେ ଜନ୍ମଗ୍ରହଣ କରିଥିଲେ । ଅମର ସିଂ ସମାଜବାଦି ଦଳର ପୂର୍ବତନ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି । ଗୋଟେ ସମୟ ଥିଲା ଅମର ସିଂ ମଧ୍ୟ ସମାଜବାଦି ପାର୍ଟିର ଦୁଇ ନମ୍ବର ନେତା ବୋଲାଉ ଥିଲେ, ଯଦିଓ ସେ 2010 ରେ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ, ପରେ ତାଙ୍କୁ ମଧ୍ୟ ଦଳରୁ ବରଖାସ୍ତ କରାଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମର ସିଂ ଙ୍କ ଦେହାନ୍ତ ପରେ ଶୋକ ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment