Home >
ମାଓବାଦୀଙ୍କ ଜଘନ୍ୟ କାଣ୍ଡ, ରାଇଘରରେ ଯୁବକଙ୍କୁ ଗୁଳି କରି ହତ୍ୟା
Khabar Odisha:Youth-shot-dead-by-Maoists-in-Nabarangpur
ଖବର ଓଡିଶା : 18/03/2023

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି | ଆଜି ଜଙ୍ଗଲ କାଟିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ | ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ | ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗ ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଛି ବୋଲି ଘଟଣାସ୍ଥଳରେ ପଡ଼ିଥିବା ପୋଷ୍ଟରଗୁଡ଼ିକରେ ଉଲ୍ଲେଖ କରାଯାଇଛି। ଜଙ୍ଗଲ ମାଫିଆ ଅଭିଯୋଗ କରି ନାରାୟଣ ନାଗେଶଙ୍କୁ ହତ୍ୟା କରାଯାଇଛି ବୋଲି ମୈନପୁର -ନୂଆପଡ଼ା ଡିଭିଜନାଲ୍‌ କମିଟି (ମାଓବାଦୀ) ପକ୍ଷରୁ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ପୁଣି ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି।

Subscribe

National International State Sports Entertainment