Home >
ଦୁନିଆର ସବୁଠାରୁ ଦାମୀ ମଦ, ପିଇବାକୁ ଚାହୁଁଥିଲେ ବିକିବାକୁ ପଡିବ ଆପଣଙ୍କୁ କିଡ଼ନୀ
Khabar Odisha:Worlds-most-costly-liquer
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା):

ମଦର ଦାମ ଭାରତରେ ସର୍ବାଧିକ 5ରୁ 10 ହଜାର ମଧ୍ୟରେ ହେଲେ ଏହାକୁ ଦାମୀ ମଦ ବୋଲି କୁହାଯାଇଥାଏ । ହେଲେ ୟୁରୋପର ପ୍ରମୁଖ ପ୍ରର୍ଯ୍ୟଟନସ୍ଥଳ ଟୋକୋଜରେ ଏକ ମଦ ଉତ୍ପାଦକ ଏବେ ଏମିତି ଏକ ମଦ ତିଆରି କରିଛନ୍ତି, ଯାହାର ଦେଢ ଲିଟରର ଦାମ ପାଖାପାଖି 28.41 ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହାକୁ ବିଶ୍ୱର ସବୁଠାରୁ ଦାମୀ ମଦ ବୋଲି କୁହାଯାଉଛି ।

ଏହି ଲିମିଟେଡ ଏଡିସନ ମଦର ନାଁ ରହିଛି ଏସେନସିଆ 2008 ଡିସେଣ୍ଟର । ହଙ୍ଗେରୀର ଆର୍ଟିଷ୍ଟ ଜେମ୍ସ କାରାକାସ ଏପର୍ଯ୍ୟନ୍ତ ଏହାର 20 ଟି ବୋତଲ ଡିଜାଇନ କରିଥିବାବେଳେ ଗତ ବର୍ଷ 18ଟି ବୋତଲକୁ ବଜାରକୁ ଛଡା ଯାଇଛି । ଏବେ ଏହା ବଜାରରେ ବକ୍ରି ହେବା ପରେ ବିଶ୍ୱର ସବୁଠାରୁ ଦାମୀ ମଦର ଆଖ୍ୟା ପାଇଛି । ଏହା ଏକ ବ୍ଲାକ ବକ୍ସରେ ଥିବା ବେଳେ ଏଥିରେ ଲାଗିଥିବା ଏକ ସୁଇଚ ଚିପିଲେ ଏହା ଆଲୋକିତ ହେଉଛି । ଏହାର ସମସ୍ତ ବୋତଲ ଭିନ୍ନ ଭିନ୍ନ ବୋଲି ଜଣାପଡିଛି । ଅର୍ଥାତ ସବୁ ମଦ ବୋତଲ ଡିଜାଇନ ଭିନ୍ନ ଭିନ୍ନ ବୋଲି ଜଣାପଡିଛି ।

ବକ୍ରି ପାଇଁ ଛଡା ଯାଇଥିବା 18ଟି ମଦ ବୋତଲ ମଧ୍ୟରୁ 11ଟି ମଦ ବକ୍ରି ହୋଇ ସାରିଥିବା ଜଣାପଡିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହାର ଏକ୍ସପାୟରି ଡେଟ 2300 ମସିହା ବୋଲି ବୋତଲରେ ଉଲ୍ଲେଖ କରାଯାଇଛି । ଅର୍ଥାତ ଏହି ମଦ 80 ବର୍ଷ ପର୍ଯ୍ୟନ୍ତ ସତେଜ ରହିବ ବୋଲି ଜଣାପଡ଼ିଛି । ଏହି ମଦ 2008 ମସିହାର୍ ତିଆରି କରାଯାଇଥିବାବେଳେ କିଛି ବର୍ଷ ତଳେ ଏହାକୁ ବୋତଲରେ ପ୍ୟାକ କରାଯାଇଛି ।

ଏହି କମ୍ପାନୀର ଜେନେରାଲ ମ୍ୟାନେଜର ଜେଲଟନ କୋୱାସ୍କାଙ୍କ କହବାନୁଯାୟୀ ଏସେନସିଆ 2008 ଡିସେଣ୍ଟରେ ତିଆରି ହେବାର 8 ବର୍ଷ ପରେ ଏହାକୁ ବୋତଲରେ ପ୍ୟାକ୍ କରାଯାଇଛି । ଏହା ଏକ ନିର୍ଦ୍ଧିଷ୍ଟ ଋତୁରେ ପ୍ରସ୍ତୁତ କରାଯାଇଥାଏ ବୋଲି କହିଛନ୍ତି ଜେଲଟନ କୋୱାସ୍କା । ଗୋଟିଏ ଛୋଟ ଚାମୁଚ ମଦ ପ୍ରସ୍ତୁତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଅଙ୍ଗୁରର ଏକ କିଲୋ ବ୍ୟବହାର କରାଯାଇଥାଏ । ଅର୍ଥାତ ଗୋଟିଏ ବୋତଲ ମଦ ପ୍ରସ୍ତୁତ କରିବା ପାଇଁ ପ୍ରାୟ 30 କିଲୋ ଅଙ୍ଗୁରର ବ୍ୟବହାର କରାଯାଇଥାଏ ବୋଲି ଜଣାପଡିଛି । ତେବେ ଏହି ମଦରେ ମାତ୍ର 3ରୁ 4 ପ୍ରତିଶତ ଆଲକୋହଲ ରହିଥାଏ ବୋଲି ଜଣାପଡିଛି ।  

Subscribe

National International State Sports Entertainment