ଭୁବନେଶ୍ୱର ,ଜାନୁଆରୀ 15(ଖବର ଓଡ଼ିଶା):
ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଭୁବନେଶ୍ଵର ସାଲିଆସାହି ରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗତକାଲି ବାଲିପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ।

ଅଭିଯୁକ୍ତର ନାଁ ହେଉଛି ବିଶ୍ଵଜିତ୍ ସେଠୀ । ସୁଚନା ଅନୁସାରେ ନାବାଳିକା ଜଣକ ନଳକୂପରୁ ଗତକାଲି ପାଣି ଆଣିବା ପାଇଁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ।
କେବଳ ଏତିକି ନୁହେଁ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଭତ୍ତି ହୋଇଥିଲେ । ପରେ ଏହି ଘଟଣାରେ ନାବାଳିକାର ବାପା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ସାଲିଆସାହି ରୁ ଅଭିଯୁକ୍ତ ବିଶ୍ଵଜିତ୍ ସେଠୀ କୁ ଗିରଫ କରିଛି ପୋଲିସ୍ । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।