ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ | ଆସନ୍ତା ୨୯ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ରହିବ ମୋଟ ୧୭ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଗୃହର ସୁପରିଚାଳନା ଲାଗି ଆଜି ସନ୍ଧ୍ୟାରେ ଆହୂତ ହୋଇଛି ସର୍ବଦଳୀୟ ବୈଠକ । ବୈଠକରେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତି ଓମ ବିରଲା ଆଲୋଚନା କରିବେ । ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ ହେବ ।
ସଂସଦର ଶୀତକାଳୀନ ଅଧିବେଶନରେ 16 ଟି ନୂତନ ବିଲ୍ ଉପରେ ବିଚାର କରାଯିବ ଯେଉଁଥିରେ ସର୍ବଭାରତୀୟ ସ୍ତରରେ ସୁସଙ୍ଗତ ଟ୍ରେଡ୍ ମାର୍କ ପଞ୍ଜୀକରଣ ବ୍ୟବସ୍ଥା, ଅନାବଶ୍ୟକ ଆଇନ ରଦ୍ଦ ଏବଂ ବହୁ-ରାଜ୍ୟ ସମବାୟ ସମିତିର କଠୋର ନିୟମାବଳୀ ଅନ୍ତର୍ଭୁକ୍ତ ହେବ। ଲୋକସଭା ଏବଂ ରାଜ୍ୟସଭା ଦ୍ୱାରା ସୂଚିତ ସୂଚୀ ଅନୁଯାୟୀ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ମୂଳ ଯୋଜନା ଅନୁଯାୟୀ ଅଧିକ ଖର୍ଚ୍ଚ କରିବାକୁ ଅନୁମତି ମାଗି ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଦାବି ମଧ୍ୟ ପ୍ରଦାନ କରିବେ।
ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ହାସଲ କରିବେ ।ସମବାୟ ସଂସ୍ଥାଗୁଡିକୁ ସଶକ୍ତ କରିବା, ସେଥିରେ ସଂସ୍କାର ଆଣିବା, ସମବାୟ ସଂସ୍ଥା ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ଆସିବ ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ।