Home >
ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଛି, ରକ୍ଷକ ହିଁ ଭକ୍ଷକ ସାଜିଛି - ଲେଖାଶ୍ରୀ ସାମନ୍ତସିଂହାର
Khabar Odisha:Violence-against-women-has-increased-in-the-state
ଭୁବନେଶ୍ୱର, ଜୁଲାଇ ୦୩ (ଖବର ଓଡ଼ିଶା):

ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଯାଇଛି । ମହିଳାମାନଙ୍କ ଉପରେ ସର୍ବାଧିକ ଅପରାଧ ହୋଇଛି । କୋରୋନା ମହାମାରୀ ସମୟରେ 2 ଘଟଣା ସାମ୍ନାକୁ ଆସିବା ପରେ ଏଥିରୁ ସ୍ପଷ୍ଟ ରକ୍ଷକ ହିଁ ଭକ୍ଷକ ସାଜିଛି । ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ସହ ହତ୍ୟା । ବୀରମିତ୍ରପୁରରେ 13 ବର୍ଷର ନାବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜ୍ୟରେ ଗୃହବିଭାଗ ସମ୍ପୂର୍ଣ ଅବ୍ୟବସ୍ଥା ଭିତରେ ଚାଲିଛି । ପୋଲିସମାନେ ଗୃହ ବିଭାଗ ଅଧୀନରେ ବୋଧହୁଏ ଚାଲିବା ପାଇଁ ଚାହୁଁ ନାହାନ୍ତି । ତେବେ ବିରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ପରେ ମଧ୍ୟ ଘଟଣା ସମ୍ପର୍କରେ କେହି କେମିତି ଜାଣିପାରିଲେ ନାହିଁ । ଆମର ଏକ ପ୍ରତିନିଧି ଦଳ ବୀରମିତ୍ରପୁର ଥାନାକୁ ଯାଇଥିଲେ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଗିରଫ ହୋଇଛନ୍ତି । ଏହାପରେ ଘଟଣାକୁ ନେଇ ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାକୁ ନେଇ ପୋଲିସ ଡିଜି ପିଡ଼ୀତାଙ୍କୁ କ୍ଷମା ମାଗିଥିଲେ । ତେବେ ପୋଲିସ ଡିଜି କ୍ଷମା ନ ମାଗି କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଏହି ଘଟଣାରେ ଆଉ 5 ଜଣ ସାମିଲ ରହିଛନ୍ତି । କାହିଁକି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିରଫ କରାଯାଇନାହିଁ । ଏ ଘଟଣାର ଯାଞ୍ଚ ପ୍ରକ୍ରିୟା ଥାନାରେ ଲାଗିଥିବା ସିସିଟିଭିରୁ କରାଯାଉ । ଏହି ଘଟଣା କୁ ଚାପି ଦେବାକୁ ଉଦ୍ୟମ କରିଥିଲେ । ଗଣମାଧ୍ୟମ ଏବଂ ବିଜେପି ପାଇଁ ଏହା ପଦାକୁ ଆସିଲା । ଜୁଲାଇ 23 ସୁଦ୍ଧା ପୋଲିସ ଚାର୍ଜସିଟ ଦାଖଲ କରନ୍ତୁ । ପିଡ଼ୀତାକୁ ତୁରନ୍ତ କ୍ଷତିପୂରଣ ଭାବେ  8ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ । ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉ । କିଭଳି ଭାବେ ପୀଡ଼ିତା ଭଲ ଭାବେ ବଞ୍ଚିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରନ୍ତୁ ରାଜ୍ୟସରକାର ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । 

  • Tags:

Subscribe

National International State Sports Entertainment