Home >
ହାତୀ ଉପଦ୍ରବ ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ
Khabar Odisha:Villagers-block-the-road-for-elephant-poaching
ଢେଙ୍କାନାଳ, ଜାନୁଆରୀ ୧୪ (ଖବର ଓଡ଼ିଶା) :

ଦିନକୁ ଦିନ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ବାରମ୍ବାର ବନ ବିଭାଗକୁ ଜଣାଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଆଜି ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ୫୫ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକ ବାଙ୍ଗୁରସିଙ୍ଗ ଅଂଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଜଙ୍ଗଲୀ ହାତୀ ଉପଦ୍ରବ । ଏହି ହାତୀ ଗୁଡିକ ଜନବସତିକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଭଙ୍ଗାରୁଜା କରୁଥିବାର ଅଭିଯୋଗ ହୋଇଛି । ବାରମ୍ବାର ବନ ବିଭାଗକୁ ଜଣାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ ଲୋକମାନେ ଆସି ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି ।

  • Tags:

Subscribe

National International State Sports Entertainment