Home >
ଫିଟିଲା କଳା ଧନର ପେଡ଼ି,କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍
Khabar Odisha:Vigilance-cell-arrests-millionaire-Anganwadi-sister
ଭୁବନେଶ୍ୱର, ସେପ୍ଟେମ୍ବର 15(ଖବର ଓଡ଼ିଶା):

ଆୟ ବର୍ହିଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି କବିତା ମଥାନ । ତାଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍ । ଗତକାଲି କୋଟିପତି ଅଙ୍ଗନବାଡ଼ି ଦିଦିଙ୍କ ଘରେ ଅଚାନକ ଭିଜିଲାନ୍ସ ରେଡ୍ କରିଥିଲା ।

ଯେଉଁଥିରେ ଜାଣିବାକୁ ମିଳିଥିଲା ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ସହ ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି , ୪ଚକିଆ ଗାଡି,୩ଟି ଦୁଇ ଚକିଆ ଗାଡି. ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ଅଛି ।

ଦିଦିଙ୍କ ଘରେ ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଚଢାଉ କରିଥିଲେ ଫଳରେ ଏହି ସବୁ ତଥ୍ୟ ସାମ୍ନାକୁ ଆସିଥିଲା । ଶେଷରେ ସବୁ ଦିଦିଙ୍କ ଗୁପ୍ତ କଳା ଧନର ପେଡ଼ି ଫିଟିବା ପରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ୍

  • Tags:

Subscribe

National International State Sports Entertainment