ଗୁରୁବାର ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେର୍କେଲା ଗାଁର ଏକ କ୍ଷେତରୁ ମିଳିଥିବା ଅଜଣା ମହିଳାଙ୍କ ଶବର ପରିଚୟ ମିଳିଛି । ମୃତକ ମହିଳାଙ୍କ ନାମ ହେଉଛି ସଂଯୁକ୍ତା ହରପାଳ । ସଂଯୁକ୍ତା ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ବରିଗୁଭା ଗ୍ରାମର ନିବାସୀ ଚକା ମହାନନ୍ଦଙ୍କ ସ୍ତ୍ରୀ ଅଟନ୍ତି।
ସୂଚନା ଅନୁସାରେ ସଂଯୁକ୍ତା ବରଗାଁ ପଂଚାୟତରେ ମିଶନ ଶକ୍ତି ସି.ଆର.ପି ଭାବରେ କରୁଥିଲେ । ୨୧ ତାରିଖ ସକାଳୁ ସଂଯୁକ୍ତା ଅଫିସ କାମରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ୨୨ ତାରିଖ ସକାଳୁ ବଲାଙ୍ଗିର ଜିଲ୍ଲା କେସେର୍କେଲା ଗାଁର ଏକ କ୍ଷେତରେ ଥିବା ଗଛରୁ ଝୁଲନ୍ତା ଅବସ୍ଥାରେ ସଂଯୁକ୍ତାଙ୍କ ମୃତ ଶରୀର ମିଳିଥିଲା । ସହି ଅଞ୍ଚଳର ଜଣେ ସ୍ଥାନୀୟ ଲୋକ ପ୍ରଥମେ ସଂଯୁକ୍ତାଙ୍କ ମୃତ ଶରୀର ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ପ୍ରଥମରୁ ସଂଯୁକ୍ତା ଙ୍କ ପରିଚୟ ମିଳିପାରିନଥିଲା ପରେ ତାଙ୍କ ସ୍ୱାମୀ ଶବ ଚିହ୍ନଟ କରିବା ପରେ ପରିଚୟ ମିଳିପାରିଥିଲା । ତେବେ ସଂଯୁକ୍ତା ଙ୍କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବା ନିମନ୍ତେ ତାଙ୍କ ଶରୀରକୁ ତାଙ୍କରି ଶାଢୀରେ ବାନ୍ଧି ହତ୍ୟାକାରୀ ଗଛରେ ଝୁଲାଇ ଦେଇଥିବା ସୂଚନା ମିଳିଛି । ପରିବାରବର୍ଗ ଘଟଣାର ସଠିକ ତଦନ୍ତ କରି ଉଚିତ ନ୍ୟାୟ କରିବାକୁ ଦାବି କରିଛନ୍ତି ।
ବିଶେଷ ସୂତ୍ରରୁ ଜଣା ପଡିଛି ସଂଯୁକ୍ତା ଚୋରା ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିଲେ । ବୁଧବାର ସଂଯୁକ୍ତା ଅଫିସ କାମରେ ବାହାରକୁ ଯାଇଥିବା ବେଳେ ସାଙ୍ଗରେ ଚୋରା ଗଞ୍ଜେଇ ସାଥିରେ ନେଇ ଯାଇଥିଲେ । ଗଞ୍ଜେଇ ଡ଼ିଲ ସମୟରେ ଡିଲର ଏବଂ ସଂଯୁକ୍ତାଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ତାଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଗଛରେ ଝୁଲାଇ ଦେଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : କ୍ଷେତରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ