Home >
ଭଦ୍ରକ୍‌ରେ ଅଭାବନୀୟ ଘଟଣା, ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ
Khabar Odisha:Unexpected-incident-in-Bhadrak-two-youths-drowned

ଭଦ୍ରକ୍‌, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ଭଦ୍ରକ୍ ଜିଲ୍ଲାରେ ଅଭାବନୀୟ ଘଟଣା । ପାଣି ବୁଡି ପ୍ରାଣ ହରାଇଛନ୍ତି ଦୁଇ ଯୁବକ । ଭଦ୍ରକ୍ ର ଦୁଇଟି ଅଲଗା ଅଲଗ ଅଞ୍ଚଳରେ ଘଟିଛି ସମାନ ଘଟଣା ।

ଶୌଚ ହେବାକୁ ଯାଇ ପାଣି ବୁଡି ପ୍ରାଣ ହରାଇଛନ୍ତି ଦୁଇ ଯୁବକ । ସୂଚନା ଅନୂସାରେ ଭଣ୍ଡାରୀପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତର ଜଣେ ଯୁବକ ଆଜି ସକାଳେ ଶୌଚ ହେବା ପାଇ ପାଖ ପୋଖରୀରକୁ ଯାଇଥିଲେ ମାତ୍ର ସେଠାରେ ତାଙ୍କ ଗୋଡ ଖସିଯିବାରୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଥିଲା ।

 ସେହିଭଳି ଧାମନଗର ବ୍ଲକ୍ ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ବୈତରଣୀ ନଦୀକୁ ଶୌଚ ହେବାକୁ ଯାଇ ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି ।

ଗୋଟିଏ ଜିଲ୍ଲାରେ ସମାନ ଭାବରେ ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମୃତ ଦୁଇ ଜଣଙ୍କ ନାମ ଲକ୍ଷ୍ମୀଧର ପୂର୍ତ୍ତି ଓ ସୁଶାନ୍ତ ସାହୁ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment