Home >
ଦୁଇ କାର ମୁହାମୁହିଁ ଧକ୍କା,ଘଟଣା ସ୍ଥଳରେ ମହିଳା ମୃତ, ପାଞ୍ଚ ଆହତ
Khabar Odisha:Two-cars-collided-head-on-killing-one-woman-and-injuring-five-others

ସମ୍ବଲପୁର, ଜୁଲାଇ ୨୨(ଖବର ଓଡ଼ିଶା): ସମ୍ବଲପୁର ଚାର୍ମାଲ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୫୫ ବାରହାପୁରା ଛକ ନିକଟରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି। 

ମୃତକ ଜଣକ ବେଲପାହାରର ସ୍କୁଲପାରାର ମନୋରାମା ଦାସ (୪୫) ବୋଲି ଜଣା ପଡିଥିଲା ବେଳେ ଆହତମାନେ ରୁପେଶ ଦାସ, ଅଜିତ ଦାସ, ପାଲ ଦାସ, ଧୀର ଦାସ ଏବଂ ଚନ୍ଦନ ମହାନ୍ତି ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଏକ ଏସୟୁଭି ବୌଦ୍ଧରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଦୃତଗତିରେ ବିପରୀତ ଦିଗରୁ ଆସୁଥିବା ଏକ ମାରୁତି କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନା ପାଇ ଚରମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଚାର୍ମାଲ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

  • Tags:

Subscribe

National International State Sports Entertainment