Home >
ବଢୁଛି ଶୀତର ପ୍ରକୋପ,ଆଜି ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
Khabar Odisha:The-winter-is-increasing-light-to-moderate-rain-is-likely-in-South-Odisha-today
ଭୁବନେଶ୍ୱର, ନଭେମ୍ବର 21(ଖବର ଓଡ଼ିଶା)

 ଆଜି ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୩ ତାରିଖରୁ ବଢିବ ରାତିର ତାପମାତ୍ରା । ସ୍ବାଭାବିକଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପଟେ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା । ଓଡ଼ିଶାକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ପାଇଁ ତଳମୁହାଁ ହେଉଛି ପାରଦ । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳର ଜି ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ା । 

  • Tags:

Subscribe

National International State Sports Entertainment