Home >
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ ,ସମସ୍ତ ଯାତ୍ରୀଙ୍କ ଉପରେ ରଖାଯାଇଛି ନଜର
Khabar Odisha:The-state-has-not-yet-identified-omicranes-which-have-been-identified
ଭୁବନେଶ୍ୱର ,ଡିସେମ୍ବର ୪(ଖବର ଓଡିଶା):

ଓମିକ୍ରନ୍ କୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ଡ଼ିଏମଇଟି ଡାକ୍ତର ରମା ରମଣ ମହାନ୍ତି ସୁଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନାହନ୍ତି ।

ବିମାନବନ୍ଦରରେ ଆସୁଥିବା ଲୋକମାନଙ୍କ ସ୍କ୍ରିନିଂ ଓ ଟେଷ୍ଟ କରାଯାଉଛି । ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି । ଯଦି କେହି ପଜିଟିଭ୍ ଆସୁଛନ୍ତି, ସେମାନଙ୍କର ସାମ୍ପଲ ସଂଗ୍ରହ କରି ଜିନମ ସିକ୍ବେନସିଂ ପାଇଁ ଆଇଏଲଏସ ଭୁବନେଶ୍ବରକୁ ପଠାଯାଉଛି ।

ତେଣୁ ଜିନମ ସିକ୍ବେନସିଂ ପରେ ହିଁ ଡ଼େଲଟା କି ଓମିକ୍ରନ ଜଣାପଡିବ । ସେଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ଆସୁଥିବା ଲୋକଙ୍କ ସୂଚନା ଦିଆଯାଉଛି ।

ଜିଲ୍ଲାସ୍ତରରେ ସେହି ଲୋକମାନଙ୍କୁ ଟ୍ରାକ କରାଯାଉଛି । ଟେଷ୍ଟ କରାଯାଉଛି, ଯଦି ରିପୋର୍ଟ ନେଗେଟିଭ ଆସୁଛି, ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି ।

  • Tags:

Subscribe

National International State Sports Entertainment