Home >
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ, 18 ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
Khabar Odisha:The-state-cabinet-chaired-by-the-chief-minister-is-expected-to-announce-18-proposals
ଭୁବନେଶ୍ୱର, ଅଗଷ୍ଟ ୧୨ (ଖବର ଓଡ଼ିଶା):

ଆଜି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଭୁବନେଶ୍ଵରରେ ଅଛନ୍ତି, ସେମାନେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ଭିଡିଓ କନଫେରେନ୍ସିଂ ହଲରୁ ଓ ଯେଉଁ ମନ୍ତ୍ରୀମାନେ ନିଜ ଅଞ୍ଚଳରେ ଅଛନ୍ତି, ସେମାନେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗଦେବେ।

ସୂଚନାନୁଯାୟୀ, ଆଜି କ୍ୟାବିନେଟରେ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଓ ରାଜସ୍ୱ ଭଳି ବିଭାଗ ସମେତ ଅନ୍ୟ ବିଭାଗକୁ ମିଶାଇ ୧୮ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment