Home >
ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପରକ୍ଷୀଫଳ
Khabar Odisha:The-results-of-combined-arts-and-crafts-will-be-published-on-8th-at-4-pm
ଭୁବନେଶ୍ବର, ଅଗଷ୍ଟ 6 (ଖବର ଓଡ଼ିଶା):

 ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପରକ୍ଷୀଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଛାତ୍ରଛାତ୍ରୀ ମାନେ  orissaresults.nic.in ୱେବସାଇଟ୍‌ରେ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ । ସୁଚନା ଅନୁସାରେ ଗତ ବୁଧବାର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସନ୍ତା ୮ରେ କଳାର ଫଳ ପ୍ରକାଶ ହେବ ।

ତେବେ ରାଜ୍ୟରେ ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ରେଜଲ୍ଟ ହେବା ନେଇ ଛାତ୍ରଛାତ୍ରୀ ମାନେ ଆଶା କରିଥିବା ସ୍ପଷ୍ଟ ହୋଇଛି । 

  • Tags:

Subscribe

National International State Sports Entertainment