Home >
ପୋଲିସ ଟିମ୍‌ର ଚଢ଼ଉରେ ଡକାୟତି ଯୋଜନା ପଣ୍ଡ,୮ ଜଣଙ୍କୁ କାବୁ କଲା ପୋଲିସ୍
Khabar Odisha:The-police-arrested-8-people-in-the-robbery-plan-of-the-police-team
ସାଲେପୁର, ନଭେମ୍ବର 24(ଖବର ଓଡ଼ିଶା)

 ସାଲେପୁର ନିଶ୍ଚିନ୍ତକୋଇଲି ଅଂଚଳରେ ଏକ ଗହଣା ଦୋକାନରୁ ଡକାୟତି ଉଦ୍ୟମ କରୁଥିବା ବେଳେ ଚଢ଼ଉ କରି ୮ ଜଣଙ୍କୁ କାବୁ କରିଛି ପୋଲିସ୍।ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ବାଇକ, ୪ଟି ଜୀବନ୍ତ ବୋମା, ଗୋଟିଏ ଖେଳଣା ବନ୍ଧୁକ, ୨ ଟି ଖଣ୍ଡା, ୨ଟି କଟୁରି, ଗୋଟିଏ ଲୁହାଛଡ଼, ୫ଟି ମୋବାଇଲ, ୨ଟି ଖାଲି ମଦ ବୋତଲ,୧୫୦୦ ଟଙ୍କା, ଗୋଟିଏ ଲଙ୍କା ଗୁଣ୍ଡ ପ୍ୟାକେଟ, ପୋଲିସ ଜବତ କରିଛି। ନିଶ୍ଚିନ୍ତକୋଇଲି ଆଇଆଇସି ଚିନ୍ମୟୀ ସାହୁଙ୍କ ନିର୍ଦେଶରେ ଏହି ଟିମ୍‌ ଗଠନ କରାଯାଇଥିଲା। ଏଥିରେ ଏସଆଇ ଅନୀଲ କୁମାର ନାୟକ, ସଦାଶିବ ଧୀର, ଏଏସଆଇ କୁନାଲ ଚନ୍ଦ୍ର ସାମଲ ସାମିଲ୍‌ ଥିଲେ । ଏହାସହ ତାଙ୍କ ନାମରେ ମାମଲା ରୁଜୁ କରି ଅଭିଯୋଗ ନମ୍ୱର ନମ୍ୱର ୨୦୨/୨୨ ରୁଜୁ କରି କୋର୍ଟ ଚାଲାଣ କରିଛି। 

  • Tags:

Subscribe

National International State Sports Entertainment