Home >
କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ଟଳିପଡିଲେ ଖେଳାଳି
Khabar Odisha:The-player-stumbled-while-playing-cricket-match
ଗଂଜାମ, ନଭେମ୍ବର ୨୨ (ଖବର ଓଡ଼ିଶା):

କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଜଣେ କ୍ରିକେଟ ଖେଳାଳି ରନ ପାଇଁ ଦୌଡ଼ିବା ବେଳେ ହଠାତ ତଳେ ପଡିଯାଇ ମୃତୁବରଣ କରିଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ବୁରୁଝରୀ ଠାରେ । ସୂଚନା ଅନୁସାରେ, ବୁରୁଝରୀ ଓ ଚିଙ୍ଗୁଡ଼ିଖୋଲ ଗାଁ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ଚାଲିଥିଲା । ମ୍ୟାଚଟି ଅତି ରୋଚକ ମୋଡରେ ଚାଲିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ଗନ୍ତେଇ ଗୌଡ଼ଙ୍କ ପୁଅ ନାରାୟଣ ଗୌଡ଼ କ୍ରିକେଟ ମ୍ୟାଚରେ ରନ ନେଉଥିବା ବେଳେ ଖେଳ ପଡିଆରେ ଟଳିପଡିଥିଲେ । ତେବେ ସାଥି ଖେଳାଳିମାନେ କ୍ରିକେଟ ମ୍ୟାଚକୁ ବନ୍ଦ କରି ନାରାୟଣକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ସେପଟେ ଏକ ମାତ୍ର ପୁଅକୁ ହରାଇ ଚିଙ୍ଗୁଡ଼ିଖୋଲ ଗ୍ରାମର ଗନ୍ତେଇ ଗୌଡ଼ଙ୍କ ପରିବାର ଭାଙ୍ଗି ପଡିଥିବା ବେଳେ କ୍ରିକେଟ ଖେଳାଳି ମାନଙ୍କୁ ଘଟଣାଟି ମର୍ମାହତ କରିଥିବା ଜଣାପଡିଛି । ତେବେ ନାରାୟଣଙ୍କ କିଭଳି ମୃତ୍ୟୁ ହେଲା ତାହା ବ୍ୟବଛେଦ ପରେ ସ୍ପଷ୍ଟ ହେବ ବୋଲି ଖଲ୍ଲିକୋଟ ମେଡିକାଲ ଇନଚାର୍ଜ କହିଛନ୍ତି ।

  • Tags:

Subscribe

National International State Sports Entertainment