Home >
ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟା ଭିତରେ ୬୧ ହଜାର ୮୭୧ ନୂଆ ମାମଲା ଚିହ୍ନଟ
Khabar Odisha:The-number-of-corona-cases-in-the-country-is-declining-with-61871-new-cases-being-detected-within-24-hours
ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା):

ଦେଶରେ ମଧ୍ୟ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ଭିତରେ ୬୧ ହଜାର ୮୭୧ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୩୩ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ୭୪ ଲକ୍ଷ ୯୪ ହଜାର ୫୫୨ ଛୁଇଁଛି । ଯେବେକି ମୃତକ ସଂଖ୍ୟା ୧ ଲକ୍ଷ ୧୪ ହଜାର ୦୩୧ରେ ପହଂଚିଛି ।

ଏଯାବତ ଦେଶବ୍ୟାପୀ ୭ ଲକ୍ଷ ୮୩ ହଜାର ୩୧୧ ଟି ସକ୍ରିୟ ମାମଲା ରହିଛି । ରିପୋର୍ଟ ଅନୁଯାୟୀ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ମଧ୍ୟ ୬୫ ଲକ୍ଷ ୯୭ ହଜାର ୨୧୦ରେ ପହଞ୍ଚିଛି ।

  • Tags:

Subscribe

National International State Sports Entertainment