Home >
କୋରେଇ ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ,ଆଶ୍ରୟ ନେଇଥିବା ବେଳେ ମାଡ଼ି ଯାଇଥିଲା ଟ୍ରେନ୍
Khabar Odisha:The-identity-of-the-deceased-who-was-found-in-a-terrible-train-accident-at-Korei-station-was-run-over-by-the-train-while-taking-shelter
ଯାଜପୁର, ନଭେମ୍ବର 21(ଖବର ଓଡ଼ିଶା)

ଆଜି ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଅଚାନକ ମାଲଗାଡିର ୮ଟି ବଗି ପ୍ଲାଟଫର୍ମ ଉପରୁ ଚଢିଯାଇଥିଲା । ଫୁଟ ଓଭର ବ୍ରିଜ ଦେହରେ ପ୍ରବଳ ବେଗରେ ଧକ୍କା ଦେବା ଫଳରେ ତାହା ଭାଙ୍ଗି ଚୁରମାର ଯାଇଥିଲା । ସେତେବେଳେ ଯାତ୍ରୀ ବିଶ୍ରାମାଗାରରେ କିଛି ଯାତ୍ରୀ ବିଶ୍ରାମ ନେଉଥିଲେ ।

ଟ୍ରେନ୍ ବଗି ଧକ୍କାରେ ଯାତ୍ରୀ ବିଶ୍ରାମାଗାର ମଧ୍ୟ ଭାଙ୍ଗି ଯାଇଥିଲା । ଏଥିରେ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ପାର୍ବତୀ ବିନ୍ଧାଣି,କଣ୍ଡେଇ ବିନ୍ଧାଣି ଏବଂ ଅଫଜୁନ ବିବି । ଆହତ ୪ଜଣଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି l ବିଶ୍ରାମାଗାରରେ ସେମାନେ ଆଶ୍ରୟ ନେଇଥିବା ବେଳେ ଟ୍ରେନ୍ ମାଡ଼ି ଯାଇଥିଲା। 

  • Tags:

Subscribe

National International State Sports Entertainment