ଦେବଗଡ ଜିଲ୍ଲା ପ୍ରଭାଶୁଣୀ ଘାଟିରେ ଘଟିଛି ଏକ ଅଘଟଣ । ଏକ କୋଇଲା ବୋଝେଇ ଟ୍ରକ ଦେବଗଡ଼ରୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ପ୍ରଭାଶୁଣୀ ଘାଟୀରୁ ତଳକୁ ଖସିପଡିଛି । ଦୁର୍ଘଟଣା ସ୍ଥଳରେ ହିଁ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ନାମ ସୁମନ ଅଢ଼ା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ, ତାରଙ୍ଗ ଗ୍ରାମରେ ସୁମନ ଅଢ଼ା ସମ୍ପୂର୍ଣ୍ଣ ପରିବାର ସହିତ ବାସକରୁଥିଲେ । ସୁମନ ତାଙ୍କ ପରିବାର ର ଏକ ମାତ୍ର ରୋଜଗାରକ୍ଷମା ଥିଲେ । ନିକଟରେ ସେ ତାଙ୍କ ଭଉଣୀର ବାହାଘର ମଧ୍ୟ କରାଇ ଥିଲେ । ହେଲେ ଭଉଣୀ ବାହାଘର ର କିଛି ଦିନ ଯାଇଛି କି ନାହିଁ ସମ୍ପୂର୍ଣ୍ଣ ପରିବାର ଉପରେ ଏକ ଚଡକ ପଡିଛି । ଘରର ଏକ ମାତ୍ର ରୋଜଗାରିଆ ପୁଅର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
ସୁମନ ଜଣେ ଟ୍ରକ ଡ୍ରାଇଭର ଥିଲେ ସେ ଏକ କୋଇଲା ବୋଝେଇ ଟ୍ରକ ଦେବଗଡ଼ରୁ ନେଇ ଯାଉଥିବା ବେଳେ ଟ୍ରକଟି ଭାରସ୍ୟାମ ହରାଇ ପ୍ରଭାଶୁଣୀ ଘାଟୀରୁ ତଳକୁ ଖସିପଡିଥିଲା ଆଉ ଘଟଣାସ୍ଥଳ ରେ ହିଁ ସୁମନଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ସହିତ ଶବ ଜବତ କରି ନିକଟସ୍ଥ କୁଚିଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇ ଥିଲା । ଶବ ବ୍ୟବଛେଦ ପରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଭଳି ଦୁଃଖଦ ସମୟରେ ଡ୍ରାଇଭର ମହାସଙ୍ଘର ସଦସ୍ୟ ମାନେ ସୁମନଙ୍କ ପରିବାର ନିକଟରେ ପହଞ୍ଚି ସାହାଯ୍ୟ କରିବା ସହିତ ସମବେଦନା ଜଣାଇଥିଲେ ।
ଅଧିକ ପଢନ୍ତୁ : ବଲାଙ୍ଗୀରରେ ବିଭତ୍ସ ହତ୍ୟା