Home >
କରୋନାର ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍ ରହିବ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Khabar Odisha:The-effect-of-the-third-wave-will-be-less-than-the-second-wave---the-director-of-public-health

ଭୁବନେଶ୍ୱର, ଜୁନ୍ ୨୧ (ଖବର ଓଡ଼ିଶା): ରାଜ୍ୟ ସମେତ ଏବେ ପୁରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ଠାରୁ ଭୟ ବଢାଇଛି ସମ୍ଭାବ୍ୟ କରୋନାର ତୃତୀୟ ଲହର । ତେବେ କରୋନାର ଏହି ତୃତୀୟ ଲହରକୁ ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଦ୍ୱିତୀୟ ଲହର ଅପେକ୍ଷା ରାଜ୍ୟରେ ତୃତୀୟ ଲହରର ପ୍ରଭାବ କମ୍ ରହିବ । 

ବର୍ତମାନ ଠାରୁ ହିଁ ବିଭିନ୍ନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଦେଲାଣି ଏବଂ ଏହା ଆମ ଦେଶ ପାଇଁ ମଧ୍ୟ ଭୟ ବଢାଇଛି । ଆମ ଦେଶରେ ତୃତୀୟ ଲହରର ସେତେଟା ପ୍ରଭାବ ପଡିବ ନାହିଁ ଏବଂ ସବୁଠାରୁ ବଡ଼ କଥା ହେଲା କରୋନାର ତୃୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ଏବେ ଠାରୁ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଠାରୁ ରାଜ୍ୟରେ ଟୀକାକରଣ କୁ ଜୋରଦାର କରାଯାଉଛି । ଏଥି ସହିତ କେନ୍ଦ୍ର ସରକାର ଯେତିକି ଟୀକା ଦେବେ ସେତିକି ଟୀକା ରାଜ୍ୟରେ ଲୋକ ମାନଙ୍କୁ ଦିଆଯିବ ବୋଲି ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment