ପୁଣି ଏକ ହାତୀ ଛୁଆର ମୃତଦେହ ଠାବ। ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତୀଛୁଆର ମୃତ ଦେହ ଠାବ ହୋଇଛି । ହାତୀଟିର ମୃତ୍ୟୁ କିଭଳି ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି। ହାତୀଟିର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଢ଼େଙ୍କାନାଳ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ହାତୀଟି ମହୁଲପଡ଼ା ଗ୍ରାମ ନିକଟ ପୋଖରୀ ଆର ପାଖରେ ମରି ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ, ଖବର ପାଇ ବନବିଭାଗ ପହଁଚି ତଦନ୍ତ ଜାରି ରଖିଛି। ପୂର୍ବରୁ ମଧ୍ୟ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସିଲେ ବି ଏନେଇ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ।