ସମ୍ବଲପୁରରେ ଜିଲ୍ଲାରେ ଏବେ ପୁରା ଦମରେ ଜନସମ୍ପର୍କ ଅଭିଯାନ କରିବା ସହ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପରିପ୍ରେକ୍ଷିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବୁର୍ଲା ଠାରେ ବିଜେପିର ନୃତନ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିକୁ କେନ୍ଦ୍ର ମନ୍ତ୍ରୀ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ, ବିଜେଡି ସମ୍ବଲପୁର ପାଇଁ ଥିବା ନିଜ ଦାୟିତ୍ୱକୁ ଭୁଲି ପ୍ରସଙ୍ଗ ନଥିବାରୁ ମିଛ ସୁଆଙ୍ଗ ରଚୁଛି। ଏହାସହ ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହୋଯୋଗ ଓ ଷଡଯନ୍ତ୍ର କାରଣରୁ ହୋଇପାରୁନାହିଁ । ଏହାସହ ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତରଣ କଥା କୁହାଯାଉଥିବା ବେଳେ ପ୍ରାୟ ସବୁ ସ୍ଥାନରେ କାହିଁକି ଭୋଟ୍ ବର୍ଜନର କଥା ଆସୁଛି ବୋଳି କେନ୍ଦ୍ର ମନ୍ତ୍ରୀ ବିଜେଡିକୁ ପ୍ରଶ୍ନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ୩୪ ଲକ୍ଷ ଆବାସ ପଠାଇଛନ୍ତି କିନ୍ତୁ ବୁର୍ଲାରେ ଲୋକଙ୍କ ପାଖରେ ପଟ୍ଟା ନଥିବାରୁ ସେମାନଙ୍କୁ ଘର ମିଳୁନାହିଁ। ଏଥିସହ ସମ୍ବଲପୁରରେ ସମସ୍ତ ସୁଯୋଗକୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।