Home >
ନଦୀରେ ଫସିଯାଇଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବିପଦରେ ପଡ଼ିଲେ ଓଡ୍ରାଫ ଟିମ୍ ଓ ବୈଦ୍ୟୁତିକ ଗଣମାଧ୍ୟମର ୨ ପ୍ରତିନିଧି
Khabar Odisha:The-Odraff-team-and-two-representatives-of-the-electronic-media-were-in-danger-to-rescue-the-elephant-trapped-in-the-river
ଭୁବନେଶ୍ୱର, ସେପ୍ଟେମ୍ବର 24 (ଖବର ଓଡ଼ିଶା):

ଦୀର୍ଘ ସମୟ ଧରି ଫସିଯାଇଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବିପଦରେ ପଡ଼ିଲେ ଓଡ୍ରାଫ ଟିମ । ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଡ୍ରାଫ ବୋଟ ଓଲଟି ପଡ଼ିଥିଲା । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟଟି ଓଲଟି ପଡ଼ିଥିଲା ।

ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣିସ୍ରୋତରେ ବୋଟ ଓଲଟି ପଡ଼ିଥିବା ଭିଡ଼ିଓ ରୁ ସ୍ପଷ୍ଟ ଜାଣି ହେଉଛି । ରବର ବୋଟରେ ଅପରେସନରେ ଓଡ୍ରାଫ ଟିମ ସାମିଲ ଥିଲେ । ନଦୀସ୍ରୋତରେ ଫସିଥିବା ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସବୁଠୁ ବଡ଼ କଥାହେଲାଯେ, ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ ପ୍ରତିନିଧି ଥିଲାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ପଠାଯାଇଥିବା ଜଣାଯାଇଛି ।

ସେମାନଙ୍କ ମଧ୍ୟରେ ଜଣେ କ୍ୟାମେରମ୍ୟାନ ଓ ଜଣେ ରିପୋର୍ଟର ଥିଲେ । ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍ ଦୀର୍ଘ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିଥିଲେ।

  • Tags:

Subscribe

National International State Sports Entertainment