Home >
ରାଜ୍ୟରେ ବିଦ୍ୟାଳୟ ମିଶ୍ରଣ ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ
Khabar Odisha:The-High-Court-overturned-a-notice-on-school-mergers-in-the-state
କଟକ, ମେ ୦୪ (ଖବର ଓଡ଼ିଶା):

ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ ମିଶ୍ରଣ ହୋଇଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା ।

ଉକ୍ତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ଏଥିସହ ଛୋଟ ଛୋଟ ପିଲାଙ୍କୁ ଦୂର ସ୍କୁଲ୍ ପଠାଇବା ବେଆଇନ୍ ମାନ୍ୟବର ଅଦାଲତ କହିଛନ୍ତି । ଦିଲ୍ଲୀକୁ ମଡେଲ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବା ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।

  • Tags:

Subscribe

National International State Sports Entertainment