Home >
କରୋନା ପାଇଁ ପିପିଲି ଯିବେନି ମୁଖ୍ୟମନ୍ତ୍ରୀ, ଭର୍ଚୁଆଲରେ କରିବେ ପ୍ରଚାର
Khabar Odisha:The-Chief-Minister-will-campaign-for-pipili-poll-in-virtual
ଭୁବନେଶ୍ବର, ଏପ୍ରିଲ ୦୮ (ଖବର ଓଡ଼ିଶା):

ପିପିଲି ଉପନିର୍ବାଚନ ପାଇଁ ସେଠାରେ ପ୍ରଚାର ତାତି ଜୋର ଧରିଥିବାବେଳେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ କରୋନା ପାଇଁ ଭର୍ଚୁଆଲ ପ୍ରଚାର କରିବେ ବୋଲି ସୂଚନା ମିଳିଛି 

ଜିଲ୍ଲାପରିଷଦ ଜୋନ୍‌ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ନବୀନ ପଟ୍ଟନାୟକ ଭୋଟ ମାଗିବେ ବୋଲି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି ।

ସେପଟେ ପ୍ରଚାର ପାଇଁ ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ କିଛି କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବେ ବୋଲି ଜଣାପଡିଛି। ଆସନ୍ତା ୮ ତାରିଖରୁ ଭାଜପା ପିପିଲି-ଡେଲାଙ୍ଗ ଅଞ୍ଚଳରେ ଜୋନାଲ ରାଲି କରିବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

  • Tags:

Subscribe

National International State Sports Entertainment