Home >
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା, ତଦନ୍ତ ଆରମ୍ଭ କଲା ସିବିଆଇ
Khabar Odisha:The-CBI-has-launched-an-investigation-into-the-death-of-Mahant-Narendra-Giri
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪(ଖବର ଓଡିଶା):

ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା । ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଗୁରୁବାର ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତର ସୁପାରିଶ କରିଥିଲେ । ତେବେ ଶୁକ୍ରବାର ସିବିଆଇ ଗୋଟିଏ ଟିମ୍ ଗଠନ କରି ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଛି । 

ସିବିଆଇ ଟିମର ସଦସ୍ୟମାନେ ଦିଲ୍ଲୀରୁ ପ୍ରାୟଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ସେଠାରେ ପହଞ୍ଚି ପୋଲିସ ଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ଦସ୍ତାବିଜ ହାସଲ କରିବେ । ସିବିଆଇ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ୬ ଜଣିଆ ଟିମ୍ ଗଠନ କରିଛି । 

ସେପଟେ ପୋଲିସ ଠାରୁ ସମସ୍ତ ଦସ୍ତାବିଜ ପାଇବା ପରେ ସିବିଆଇ ପୂରା ଘଟଣାରେ ଗିରଫ ହୋଇଥିବା ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ମନ୍ଦିରର ପୂଜକ ଆଦ୍ୟଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡିଛି । ମହନ୍ତ ଗିରିଙ୍କୁ ଶେଷ ଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା । ତାହ୍‌କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡେଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନଥିଲେ । ପରେ କବାଟ ଭାଙ୍ଗିଲାବେଳରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା ।

  • Tags:

Subscribe

National International State Sports Entertainment