Home >
କୋରାଇରେ ସ୍ୱାଭାବିକ୍ ହେଳା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍
Khabar Odisha:Swavavik-Hela-Railway-is-operating-in-Korai-trains-are-running-on-both-up-and-down-lines
ଯାଜପୁର, ନଭେମ୍ବର 22(ଖବର ଓଡ଼ିଶା)

ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ୟ ।

ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା ।

ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ । ତେବେ ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ ।

  • Tags:

Subscribe

National International State Sports Entertainment