Home >
ଆଜି ବାହୁଡ଼ା: ୯ ଦିବସୀୟ ଯାତ୍ରା ସାରି ଶ୍ରୀମନ୍ଦିର ଫେରିବେ ପ୍ରଭୁ ଶ୍ରୀଜଗନ୍ନାଥ
Khabar Odisha:State-Puri-Bahuda-yatra-today-Lord-Jagannath-to-return-Shreemandir-along-with-brother-and-sister

ପୁରୀ, ଜୁଲାଇ ୦୧ (ଖବର ଓଡ଼ିଶା): ନଅ ଦିବସୀୟ ଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ସାନଭାଇ ସୁଭଦ୍ରାଙ୍କ ସହିତ ଆଜି (ମଙ୍ଗଳବାର) ଶ୍ରୀମନ୍ଦିର ଅଭିମୁଖେ ଫେରିବେ । କୋଭିଡ-୧୯ କଟକଣା ଭଳି ଆଜି ମଧ୍ୟ ପବିତ୍ର ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ପୁଣି ସାଧାରଣ ଭକ୍ତ ଶୂନ୍ୟ ହେବ ।  ଗତ ରଥଯାତ୍ରା ଭଳି ବଡ଼ଦାଣ୍ଡରେ ଏଥର ମଧ୍ୟ ଗହଳି ଦେଖାଯିବ ନାହିଁ । ସୀମିତ ଭକ୍ତ ଓ ସେବାୟତଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ହେବ ।  

ଭଗବାନ ଶ୍ରୀଜଗନ୍ନାଥଙ୍କ ଚଳିତ ବର୍ଷର ଶେଷ ଆଡ଼ପ ଦର୍ଶନ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।  ଆଡ଼ପ ଦର୍ଶନ ଶେଷ ହେବା ପରେ ବାହୁଡ଼ା ନୀତି ଆରମ୍ଭ ହୋଇଯାଇଥିଲା । ଆଜି ଭୋର ସକାଳୁ ମହାପ୍ରଭୁଙ୍କର ବିଭିନ୍ନ ପାରଂପରିକ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । 

ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ଆଜି ପୂର୍ବାହ୍ନ ୮ଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିର ଭିତରୁ ପହଣ୍ଡି ହେବ । ପହଣ୍ଡି ଶେଷ ହେବା ପରେ ମଧ୍ୟାହ୍‌ନ ୧୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ନୀତି ଗୁଡ଼ିକ ଯଦି ପୂର୍ବରୁ ଶେଷ ହୋଇଯାଏ, ତା’ହେଲେ ରଥଟଣା କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇପାରେ । 

କୋଭିଡ-୧୯ ଗାଇଡଲାଇନ ଅନୁସାରେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ଶେଷ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ମହାପ୍ରଭୁଙ୍କର ସୁନାବେଶ ଗୁରୁବାର ଅନୁଷ୍ଠିତ ହେବ । 

 

  • Tags:

Subscribe

National International State Sports Entertainment