Home >
ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଜଗା ଦର୍ଶନ
Khabar Odisha:Srimandir-will-Close-on-Dushera--Kartik-Purnima

ପୁରୀ, ଅକ୍ଟୋବର ୧୪(ଖବର ଓଡ଼ିଶା): ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କଟକ ଭୁବନେଶ୍ୱର ସମେତ ପୁରୀରେ ମଧ୍ୟ ଆଶିଂକ କଟକଣା ଲାଗୁ କରାଯାଇଛି । ପାର୍ବଣ ସମୟରେ ଶ୍ରୀମନ୍ଦିରରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଦଶହରା ଓ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ମନ୍ଦିରରେ ଦଶହରା ଦିନ ସମ୍ପୂର୍ଣ୍ଣ ଭାବରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ସେହିଭଳି ୧୬ ତାରିଖରେ ଦିନ ୧୨ ପରଠାରୁ ଦର୍ଶନ ବନ୍ଦ ରହିବ ବୋଲି ଆଜି ମନ୍ଦିର ପ୍ରଶାସନ ୩କ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଜଗା ଦର୍ଶନ । କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲାରହିବ ଓ କଟକଣା ମଧ୍ୟରେ ସାଧାରଣ ଲୋକଙ୍କ ଦର୍ଶନ ମଧ୍ୟ ଜାରି ରହିବ ବୋଲି ଏସଓପିରେ ଉଲ୍ଲେଖ ରହିଛି ।

ତେବେ ଛତିଶା ନିଯୋଗର ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ଓ ସ୍ୱତନ୍ତ୍ର ଭାବରେ ଏସଓପି ଜାରି କରାଯାଇଛି ।

ଏହା ସହ ଅନ୍ୟ ଦିନ ମାନଙ୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରୋନା କଟକଣା ମଧ୍ୟରେ ସର୍ବ ସାଧାରଣ ଦର୍ଶନ ଜାରି ରହିବ । ମନ୍ଦିର ଭିତରକୁ ପଲିଥିନ୍ ନେବା ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଉନ୍ଦିର ଭିତରକୁ ଫଲିଥିନ୍ ନେଲେ ୧୦୦ ଟଙ୍କା ଜୋରିମାନା ହେବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସଓପି ଦ୍ୱାରା ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment