Home >
ଆଜିର ଦିନରେ ହୋଇଥିଲା ଗୋଟଏ ଓଭରରେ ୬ ଛକା, ସଚିନଙ୍କ ୧୦୦ତମ ଶତକ
Khabar Odisha:Sports-cricket-Fastest-double-century-second-slowest-double-century-Sachins-100th-century-all-happened-today

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ମାର୍ଚ୍ଚ ୧୬ କ୍ରିକେଟ ପାଇଁ ଏକ ଅନ୍ୟତମ ଐତିହାସିକ ଦିନ । ଏହି ଦିନରେ ଗୋଟିଏ ଓଭରରେ ୬ଟି ଛକା, ଦ୍ରୁତତମ ଶତକ, ମନ୍ଥର ଶତକ, ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ ହୋଇଥିଲା । ସେହିପରି ଭାରତୀୟ କ୍ରିକେଟର ନଭଜ୍ୟୋତ ସିଦ୍ଧୁ ଏହି ଦିନରେ ଦ୍ୱିଶତକ ହାସଲ କରିଥିଲେ । ସେହିପରି ବାଂଲାଦେଶୀ ଯୁବ କ୍ରିକେଟର ମଂଜରୁଲ ଇସଲାମ ସଡ଼କ ଦୁର୍ଘଟଣାରେ ଜୀବନ ହାରିଥିଲେ । ଏମିତି କିଛି ସ୍ମୁତିକୁ ନେଇ ଏଠାରେ ଏକ ସ୍ୱତନ୍ତ୍ର ଉପସ୍ଥାପନ । 

-ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୧୨ରେ ଆଜିର ଦିନରେ ନିଜ କ୍ୟାରିୟରର ୧୦୦ତମ ଶତକ ହାସଲ କରିଥିଲେ । ସଚିନ ନିଜର ଏହି କୀର୍ତ୍ତିକୁ ବାଂଲାଦେଶର ମୀରପୁର ଷ୍ଟାଡିୟମରେ କରିଥିଲେ । ସେଦିନ ସଚିନ ୧୧୪ ରନ କରିଥିଲେ । ଏହା ଥିଲା ତାଙ୍କ ଜୀବନର ଶେଷ ଶତକ । 

-ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ୨୦୦୭ରେ ଆଜିର ଦିନରେ ଗୋଟିଏ ଓଭରରେ ୬ଟି ଛକା ମାରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଇସିସି ଦିନିକିଆ ବିଶ୍ୱକପରେ ସେ ନେଦରଲାଣ୍ଡ ବିରୋଧରେ ଏହି କାମ କରିଥିଲେ । ଗିବ୍ସ ୱେଷ୍ଟଇଣ୍ଡିଜରେ ବିଶ୍ୱକପରେ ଲେଗ ସ୍ପିନର ଡେନ ୱାନ ବୁଗେଙ୍କ ଓଭରରୁ ଏହି ଛକା ଗୁଡ଼ିକ ହାସଲ କରିଥିଲେ । ଏହି ରେକର୍ଡ ଆଜି ଯାଏଁ ଅକ୍ଷୁର୍ଣ୍ଣ ରହିଛି । 

-ବର୍ଷ ୨୦୦୨ରେ ଇଂଲଣ୍ଡ କ୍ରାଇଷ୍ଟଚର୍ଚ୍ଚରେ ଟେଷ୍ଟ ମ୍ୟାଚ ଜିତିବାକୁ ନ୍ୟୁଜଲାଣ୍ଡକୁ ୫୫୦ ରନ ଟାର୍ଗେଟ ଦେଇଥିଲା । ନ୍ୟୁଜିଲାଣ୍ଡ ଟିମ ଶେଷ ଦିନରେ ମଧ୍ୟାହ୍ନ ଭୋଜନ ପୂବରୁ ୩ ୱିକେଟ ହରାଇ ୧୦୦ ରନ କରିଥିଲା । ଏହା ପରେ ନାଥଲ ଏଷ୍ଟଲ ପଡିଆକୁ ଆସିଥିଲେ । ସେ ୧୫୩ ବଲରେ ଦ୍ୱିଶତକ ହାସଲ କରିଥିଲେ କିନ୍ତୁ ସ୍କୋର ୪୫୧ ରନରେ ଅଟକି ଯାଇଥିଲା ଏବଂ ଫଳାଫଳ ଇଂଲଣ୍ଡ ସପକ୍ଷରେ ଯାଇଥିଲା । 

-ନଭଜ୍ୟୋତ ସିଦ୍ଧୁ ଆଜିର ଦିନରେ ବିବାଦୀୟ ବ୍ୟକ୍ତି ଭାବରେ ଅଧିକ ଜଣାଶୁଣା । ସେ ଆଜିର ଦିନର ଦ୍ୱିଶତକ ହାସଲ କରିଥିଲେ । ସେ ୨୦୦ ରନ ହାସଲ କରିବା ପାଇଁ କ୍ରିଜରେ ୬୭୩ ମିନିଟ ରହିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ତତ୍କାଳୀନ ସମୟରେ ଏହା ଥିଲା ସବୁଠାରୁ ମନ୍ଥର ଦ୍ୱିଶତକ । 

-ବର୍ଷ ୨୦୦୭ ମାର୍ଚ୍ଚ ୧୬ ବାଲାଂଦେଶ କ୍ରିକେଟ ପାଇଁ ଏକ ଦୁଃଖଦ ସମୟ । କାରଣ ସେଦିନ ୨୨ ବର୍ଷିଅ କ୍ରିକେଟର ମଂଜରୁଲ ଇସଲାମ ସଡ଼କ ଦୁର୍ଘଟଣାରେ ଜୀବନ ହାରିଥିଲେ । ସେ ୬ଟି ଟେଷ୍ଟ ମ୍ୟାଚ ଏବଂ ୨୫ଟି ଦିନିକିଆ ମ୍ୟାଚ ଖେଳିଥିଲେ । 

   

 

  • Tags:

Subscribe

National International State Sports Entertainment