Home >
୨ୟ ଟି-୨୦ରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କଲା ପାକିସ୍ତାନ
Khabar Odisha:Sports-cricket-2nd-T20-Babar-Azam-and-Mohammad-Rizwan-stars-in-Pakistan-win-against-England

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଇଂଲଣ୍ଡର ଟିମ୍ ୭ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ପାକିସ୍ତାନ ଗସ୍ତରେ ଅଛନ୍ତି । ଏହି ଗସ୍ତରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଶୃଙ୍ଖଳାର ୨ୟ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ମ୍ୟାଚ ଜିତିଛି । ପାକିସ୍ତାନ ଟିମର ହିରୋ ସାଜିଥିଲେ ଅଧିନାୟକ ବାବର ଆଜମ ଏବଂ ୱିକେଟକିପର ମହମ୍ମଦ ରିଜୱାନ । ଉଭୟ ବ୍ୟାଟର ୧୯.୩ ଓଭରରେ  ୨୦୩ ରନ୍‌ର ଅପରାଜିତ ଭାଗିଦାରୀ ହୋଇ ଲକ୍ଷ୍ୟ ପୂରା କରିଥିଲେ । 

ଇାବର ଆଜମ ୬୬ଟି ବଲ୍ ଖେଳି ୧୧୦ ରନ୍ କରିଥିଲେ । ଏଥିରେ ୧୧ଟି ଚୌକା ଏବଂ ୫ ଛକା ସାମିଲ ଥିଲା । ରିଜୱାନ ରିଜୱାନ ୫୧ଟି ବଲ୍ ଖେଳି ୮୮ ରନ୍ କରିଥିଲେ । ଏଥିରେ ସେ ୫ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଉଭୟ ଆରମ୍ଭରୁ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ ।

ଏହା ପୂର୍ବରୁ ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ୫ଟି ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । କାର୍ଯ୍ୟକାରୀ ଅଧିନାୟକ ମୋଇନ ଅଲୀ ୨୩ଟି ବଲ୍‌ରେ ଅପରାଜିତ ୫୫ ରନ୍ କରିଥିଲେ । ଏଥିରେ ୪ଟି ଛକା ଓ ସମାନ ପରିମାଣର ଚୌକା ମଧ୍ୟ ସାମିଲ ଥିଲା । ମୋଇନଙ୍କ ବ୍ୟତୀତ ବେନ ଡକେଟ ୪୩ ଓ ହେରି ବ୍ରୁକ ୩୧ ରନ୍ କରିଥିଲେ । 

 

  • Tags:

Subscribe

National International State Sports Entertainment