Home >
ମାଳଦୀପ ରାସ୍ତାରେ ଅଷ୍ଟ୍ରେଲିଆ ଫେରିପାରିବେ ଆଇପିଏଲ-୨୦୨୧ରେ ସାମିଲ ଖେଳାଳି-ଟିମ କର୍ମଚାରୀ!
Khabar Odisha:Sports-IPL-2021-players-support-staff-may-return-to-Australia-via-Maldives-travel-restriction-amid-coronavirus

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୧ରେ ଖେଳୁଥିବା କିଛି ଖେଳାଳି କରୋନା ସଂକ୍ରମଣ ଦ୍ୱାରା ପଜିଟିଭ ଚିହ୍ନଟ ହେବା ପରେ ଏବେ ଏହାକୁ ସ୍ଥଗିତ କରି ଦିଆଯାଇଛି । ଫଳରେ ବିଦେଶୀ ଖେଳାଳିଙ୍କର ଘର ବାହୁଡ଼ା ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବିଦେଶୀ ଖେଳାଳିମାନଙ୍କର ଚିନ୍ତା ଯେ, ସେମାନେ କେମିତି ଘରକୁ ଫେରିବେ । 

ଅଷ୍ଟ୍ରେଲିଆ ସରକାର ଭାରତରୁ ଆସିବାକୁ ଥିବା ଯାତ୍ରୀଙ୍କୁ ପୂରାପୁରି କଟକଣା ଲଗାଇ ଦେଇଛନ୍ତି । ତେଣୁ କଂଗାରୁ ଦେଶର ଖେଳାଳିମାନଙ୍କର ଚିନ୍ତା ଯେ, ଘରକୁ ଫେରିବେ କେମିତି । କିନ୍ତୁ ଏସବୁ ମଧ୍ୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ଯେ, ଖେଳାଳିମାନେ ମାଳଦୀପ ରାସ୍ତାରେ ସ୍ୱଦେଶ ପହଂଚି ପାରିବେ । ଏଥିରେ କ୍ରିକେଟରଙ୍କ ବ୍ୟତୀତ ଅନ୍ୟ ସହଯୋଗୀ କର୍ମଚାରୀ ମଧ୍ୟ ସାମିଲ ହୋଇପାରିବେ । 

କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ ଟିମରେ କେରାନା ସଂକ୍ରମଣ ମାମଲା ଆସିବା ପରେ ମଙ୍ଗଳବାର ଆଇପିଏଲକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରି ଦିଆଯାଇଛି । କୋଚ ଏବଂ ଉଦଘୋଷକଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ୧୪ ଜଣ ଖେଳାଳି ଏବେ ଭାରତରେ ଅଛନ୍ତି । ଅଷ୍ଟ୍ରେଲିଆ ସରକାର କଟକଣା ଲାଗୁ କରିବା ପରେ ଏବେ ଖେଳାଳିମାନେ ବିକଳ୍ପ ଖୋଜିବେ । ଇଏସପିଏନ କ୍ରିକଇନଫୋର ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆର ଖେଳାଳିମାନେ, କୋଚ ଏବଂ ସହଯୋଗୀ କର୍ମଚାରୀ ମାଳଦୀପ ଯିବାର ଅନୁମାନ କରାଯାଉଛି । 

 

  • Tags:

Subscribe

National International State Sports Entertainment