ଜଳ ସଙ୍କଟରେ ଦକ୍ଷିଣ ଭାରତ । ଦକ୍ଷିଣ ଭାରତରେ ଜଳ ସଂରକ୍ଷଣ କ୍ଷମତା ହ୍ରାସ ପାଇଛି । ଯାହାଫଳରେ ସେଠାରେ ଜଳ ସଙ୍କଟ ଦେଖବାକୁ ମିଳିଛି । ଜଳ ହେଉଛି ଜୀବନ । ଜଳ ବିନା ବଞ୍ଚିବା ଅସମ୍ଭବ । କିନ୍ତୁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଜଳ ସଙ୍କଟ ଦେଖବାକୁ ମିଳୁଛି । ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ରାଜ୍ୟକୁ ଏବେ ଜଳ ସଙ୍କଟ ପାଇଁ ଚିନ୍ତା ଘାରିଛି । ପ୍ରଚଣ୍ଡ ରୌଦ୍ରତାପରେ ପ୍ରଭାବିତ ହୋଇଛି ଭାରତ ବର୍ଷ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଜଳ ସଂରକ୍ଷଣ କ୍ଷମତା ୧୭ ପ୍ରତିଶତ ହ୍ରାସ ପାଇଛି ।
ଦକ୍ଷିଣ ଭାରତର କିଛି ରାଜ୍ୟରେ ଜଳ ସଂରକ୍ଷଣ ସ୍ଥିତି ଖରାପ ହୋଇଥିବାରୁ ଜଳସେଚନ, ପାନୀୟ ଜଳ ଯୋଗାଣ ଏବଂ ଜଳ ବିଦ୍ୟୁତ୍ ଉତ୍ପାଦନ କିପରି ହେବ ସେନେଇ ଏକ ଚିନ୍ତାର ବିଷୟ ପାଲଟିଛି । ସେହିପରି ଦଶ ବର୍ଷର ହାରାହାରି ତୁଳନାରେ ଆସାମ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ଜଳ ସଙ୍କଟ ଦେଖାଦେଇଛି । ଜଳ ସଙ୍କଟ ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲାବେଳେ କେନ୍ଦ୍ର ସରକାର ମଧ୍ୟ ଏଭଳି ପରିସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ଏଭଳି ପରିସ୍ଥିତିକୁ କିପରି ସମାଧାନ କରାଯିବ ସେନେଇ ମଧ୍ୟ ଯୋଜନା ପ୍ରସ୍ତୁତି କରିଛନ୍ତି ।
ଅଧିକ ପଢନ୍ତୁ :ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ