Home >
ପୁଣି ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ କରି ୩ ଜଣ ଗିରଫ ଜଣେ ଫେରାର୍
Khabar Odisha:Shame-on-you-3-minors-arrested-for-molesting-a-minor-and-a-fugitive
କନ୍ଧମାଳ , ମେ 04 (ଖବର ଓଡିଶା) :

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଭୃଙ୍ଗିଯୋଡି ପଞ୍ଚାୟତ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଭୋଜି ଖାଇ ଘରକୁ ଫେରୁଥିବାବେଳେ ନାବାଳିକାକୁ ଗଣଦୁଷ୍କର୍ମ କରି ୩ ଜଣ ଗିରଫ ହୋଇଛନ୍ତି । ୪ ଜଣ ଯୁବକ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ଜଙ୍ଗଲରେ ଛାଡିଦେଇ ଚାଲିଯାଇଥିଲେ ।

ଏହି ଘଟଣାରେ ଫିରିଙ୍ଗିଆ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଅଛି । ସୂଚନା ମୁତାବକ ଗତ ୨୮ ତାରିଖ ରାତିରେ ଜୈନିକ ନାବାଳିକା ଜଣଙ୍କ ଏକ ବାହାଘର ଭୋଜି ଖାଇ ଘରକୁ ଫେରୁଥିବାବେଳେ ଅଚାନକ ୪ ଜଣ ଯୁବକ ଆସି ବାଇକ ଯୋଗେ ନାବାଳିକାକୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ସେଠାରେ ଛାଡି ଚାଲିଯାଇଥିଲେ । ଅଭିଯୋଗ ପରେ ଫିରିଙ୍ଗିଆ ପୋଲିସ ୩ ଜଣକୁ ଗିରଫ କରିଛି ଏବଂ ଜଣେ ଫେରାର ଅଛି

  • Tags:

Subscribe

National International State Sports Entertainment