Home >
ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି : ୨୦ ନୁହେଁ ୧୫ରୁ କମ୍ ପିଲା ଥିବା ସ୍କୁଲର ହେବ ମିଶ୍ରଣ
Khabar Odisha:School-merger-decision-changed-Schools-with-less-than-15-children-will-be-merged
ଓଡ଼ିଶା,ନଭେମ୍ବର 22 (ଖବର ଓଡ଼ିଶା):

ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଦଳାଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସିଡୁଲ୍ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

 ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇ ପାରିବ । ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା ୬୬ ହଜାର ୫୯୪ । ସବୁ ଛାତ୍ରଛାତ୍ରୀଙ୍କୁ କିପରି ଶ୍ରେଣୀ ଗୃହ ଯୋଗାଇ ଦିଆଯାଇପାରିବ, ଏହା ସହ କିପରି ଶ୍ରେଣୀ ଶିକ୍ଷକ ଦିଆଯିବ ତାହା ସରକାରଙ୍କ ମୂଲ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଏକତ୍ରୀକରଣ କଲେ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଇପାରିବ । ଲିଖିତ ଭାବେ ଜଣାଇଲେ, ଯେଉଁ ସ୍କୁଲର ସମସ୍ୟା ରହିଛି ସମାଧାନ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

  • Tags:

Subscribe

National International State Sports Entertainment