Home >
ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ
Khabar Odisha:Saket-Gokhale-arrested-by-Gujarat-Police
Gujarat:06/12/2022:

ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ସୋମବାର ବିଳମ୍ବିତ ରାତିରେ ଗୁଜୁରାଟ ପୋଲିସ ରାଜସ୍ଥାନ ସହରରର ଜୟପୁର ବିମାନ ବନ୍ଦରରୁ ଗିରଫ କରିଛି। ମୋରବି ବ୍ରିଜ ଭୁଶୁଡିବା ଉପରେ ସାକେତଙ୍କ ଟ୍ବିଟକୁ ନେଇ ଅହମ୍ମଦାବାଦ ସାଇବର ସେଲ ସହ ମିଳିତ ଭାବେ ଏକ ମାମଲା ରୁଜୁ ହୋଇଥିଲା। ଗୋଖଲେ ଆରଟିଆଇ ମାଧ୍ୟମରେ ଦାବି କରିଥିଲେ। ମୋରବି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଭେଣ୍ଟ ପରିଚାଳନା ଏବଂ ଫଟୋଗ୍ରାଫି ପାଇଁ ୫.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩୫ ପରିବାରକୁ ମାତ୍ର ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ଦାୟିତ୍ବ ସାରିଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଇଭେଣ୍ଟ ପରିଚାଳନା ଖର୍ଚ୍ଚ ଏହାଠାରୁ ଯଥେଷ୍ଟ ଅଧିକ ଅଟେ। 

ତାଙ୍କୁ ଗିରଫ କରାଯାଇଥିବା ସୂଚନା ଟିଏମସି ନେତା ତଥା ରାଜ୍ୟସଭା ଏମପି ଡେରେକ ଓ’ ବ୍ରାଇନ ଦେଇଛନ୍ତି। ସାକେତ ସୋମବାର ରାତି ୯ଟାରେ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ ବୋଲି ସେ ଟ୍ୱିଟ କରି କହିଛନ୍ତି ।  ସାକେତ ଜୟପୁରରେ ଅବତରଣ କରିବାମାତ୍ରେ ଜୟପୁର ପୋଲିସ ତାଙ୍କୁ ବିମାନବନ୍ଦରରୁ ଉଠାଇନେଇଥିଲା। ମଙ୍ଗଳବାର ଅପରାହ୍ନରେ ସାକେତ ତାଙ୍କ ମା’ଙ୍କୁ ଫୋନ କରିବା ପାଇଁ ପୋଲିସ ଦୁଇ ମିନିଟ ଅନୁମତି ଦେଇଥିଲା।

Subscribe

National International State Sports Entertainment