Home >
ସଂସଦ ଭବନ ଉଦଘାଟନ କରିବା ପ୍ରସଙ୍ଗ : ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ
Khabar Odisha:SC-declines-to-hear-plea-for-inauguration-of-new-Parliament
ଖବର ଓଡିଶା : 26/05/2023:

ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ପ୍ରସଙ୍ଗ । ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ ଭବନର ଉଦଘାଟନକୁ ନେଇ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ଆବେଦନକାରୀ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାକୁ ପିଆଇଏଲ ଦାଖଲ କରିଥିଲେ । 

ସଂସଦର ନୂଆ ବିଲଡିଂ ଉଦଘାଟନ ଦିନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲିଟିକାଲ ହାଇଡ୍ରାମା ଜୋର ଧରିବାରେ ଲାଗିଛି। ଉଦ୍‌ଘାଟନୀ ସମାରୋହକୁ ସ୍ମରଣୀୟ କରିବାକୁ ଶାସକ ଦଳ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିପକ୍ଷ ଦଳ ବି ମେଳି କରିବାରେ ଲାଗିଲେଣି। ପ୍ରଧାନମନ୍ତ୍ରୀ ଏହି ଭବନର ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଥିବା ବେଳେ ବିପକ୍ଷ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏଥିସହ ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରନ୍ତୁ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାକୁ ନେଇ ବିବାଦ ଲାଗିଥିବା ବେଳେ ଏନେଇ ଆଜି ସୁପ୍ରିମ କୋର୍ଟରେ ଏହାର ଶୁଣାଣି କରିଛନ୍ତି । 

Subscribe

National International State Sports Entertainment